ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 3, 2021, 6:22 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୪୯, କଟକରୁ ୮୫, ବାଲେଶ୍ବରରୁ ୩୪, ଜଗତସିଂହପୁରରୁ ୨୮, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୯, ଯାଜପୁରରୁ ୧୬, ପୁରୀରୁ ୧୩, କେନ୍ଦ୍ରାପଡାରୁ ୧୧, ଢେଙ୍କାନାଳରୁ ୯, ରାୟଗଡାରୁ ୯, ଅନୁଗୁଳରୁ ୮, ଭଦ୍ରକରୁ ୭, ଝାରସୁଗୁଡାରୁ ୭, ନୟାଗଡରୁ ୭, କେନ୍ଦୁଝରରୁ ୬, ସୁନ୍ଦରଗଡରୁ ୪, ଦେବଗଡରୁ ୨, ଗଞ୍ଜାମରୁ ୩, ବରଗଡରୁ ୨, ବଲାଙ୍ଗୀରିରୁ ୨, କୋରାପୁଟରୁ ୨, କଳାହାଣ୍ଡିରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୫ ହଜାର ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୯୫୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୬୭୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୧୪ କୁ ବୃଦ୍ଧି ହୋଇଛି।

Related posts