ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୯୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 4, 2021, 8:20 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୭୧, କଟକରୁ ୬୪, ଜଗତସିଂହପୁରରୁ ୨୯, ମୟୂରଭଞ୍ଜରୁ ୨୫, ବାଲେଶ୍ବରରୁ ୨୩, ପୁରୀରୁ ୧୭, ଯାଜପୁରରୁ ୧୬, ଭଦ୍ରକରୁ ୧୨, ନୟାଗଡରୁ ୧୦, ଅନୁଗୁଳରୁ ୭, ବଲାଙ୍ଗୀରିରୁ ୭, ସମ୍ବଲପୁରରୁ ୭, ଗଞ୍ଜାମରୁ ୫,  କେନ୍ଦ୍ରାପଡାରୁ ୫, ମାଲକାନଗିରିରୁ ୪, ସୁନ୍ଦରଗଡରୁ ୪, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, କେନ୍ଦୁଝରରୁ ୩, ନବରଙ୍ଗପୁରରୁ ୩, ସୋନପୁରରୁ ୩, କନ୍ଧମାଳରୁ ୨, କୋରାପୁଟରୁ ୨, ଦେବଗଡରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୫ ହଜାର ୬୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୪୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୦ କୁ ବୃଦ୍ଧି ହୋଇଛି।

Related posts