
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ବିଜେପି ସରକାର ଉପରେ ସର୍ବଦଳୀୟ ଆକ୍ରମଣ ହେଉଛି। ଏହି ସମୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବିବୃତ୍ତି ପାଇଁ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ କରାଯାଉ ବୋଲି ସିଦ୍ଧୁ କହିଛନ୍ତି।
ମନୋହର ଲାଲ ଖଟ୍ଟର କ’ଣ କହିଥିଲେ?:
ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) କିସାନ ମୋର୍ଚ୍ଚାର ଏକ ବୈଠକରେ ମନୋହର ଲାଲ ଖଟ୍ଟର “ଜେସାକୁ ତେସା” ଭଳି ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ଉପସ୍ଥିତ ଲୋକଙ୍କୁ ଜେଲ ଯିବାକୁ ପ୍ରସ୍ତୁତ ରହିବାକୁ ମଧ୍ୟ ମନୋହର ଲାଲ କହିଥିଲେ।