ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 5, 2021, 8:28 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୩, କଟକରୁ ୭୧, ମୟୂରଭଞ୍ଜରୁ ୩୭, ଯାଜପୁରରୁ ୩୬, ଜଗତସିଂହପୁରରୁ ୨୭, ବାଲେଶ୍ବରରୁ ୨୪, ସୁନ୍ଦରଗଡରୁ ୧୩, ଢେଙ୍କାନାଳରୁ ୧୨, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୦, ନୟାଗଡରୁ ୯, ଅନୁଗୁଳରୁ ୮, ଭଦ୍ରକରୁ ୭, ପୁରୀରୁ ୭, ରାୟଗଡାରୁ ୬, ଦେବଗଡରୁ ୪, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, କୋରାପୁଟରୁ ୩, ସମ୍ବଲପୁରରୁ ୩, ବରଗଡରୁ ୨, କନ୍ଧମାଳରୁ ୨, ନୂଆପଡାରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୬ ହଜାର ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୩୭୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୩ କୁ ବୃଦ୍ଧି ହୋଇଛି।

Related posts