ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବାହାର ହେଲେ ବରୁଣ ଗାନ୍ଧୀ ଓ ମନେକା ଗାନ୍ଧୀ

Published: Oct 7, 2021, 1:49 pm IST

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛି। ପିଲିଭୀତର ସାଂସଦ ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ବରୁଣଙ୍କ ମାତା ମନେକା ଗାନ୍ଧୀଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀରୁ ବାହାର କରାଯାଇଥିବା କୁହାଯାଉଛି। ସରକାରଙ୍କ ନୀତି ବିରୋଧରେ ବରୁଣ କହୁଛନ୍ତି। ବର୍ତ୍ତମାନ ସେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସରକାରଙ୍କ ବିରୋଧରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି।

ଆଜି ମଧ୍ୟ ଲକ୍ଷ୍ମୀପୁର ଘଟଣାର ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ବରୁଣ ଗାନ୍ଧୀ ଟ୍ୱିଟ କରିଛନ୍ତି। ବରୁଣ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, ଯେଉଁମାନେ ସରକାରକୁ ବିରୋଧ କରନ୍ତି ସେମାନଙ୍କୁ ହତ୍ୟା କରି ଚୁପ୍ କରିହେବ ନାହିଁ। ଯେଉଁମାନେ ନିରୀହ ଚାଷୀଙ୍କ ରକ୍ତ ବୁହାଇଛନ୍ତି ସେମାନେ ଉତ୍ତରଦାୟୀ ହେବା ଉଚିତ୍। ସରକାରଙ୍କ ପ୍ରତି ଅହଂକାର ଏବଂ ନିଷ୍ଠୁରତାର ବାର୍ତ୍ତା ପଠାଯିବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ।

Related posts