Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳନ
ଆଜିର ଖବର

ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳନ

October 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୩୭ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ । ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼ କୁ ନୀରିକ୍ଷଣ କରିଥିଲେ। ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର।  ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ।

ପୂର୍ବରୁ, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ରାଜା ରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ସହିତ କୋଭିଡ୨୯ ମହାମାରୀ ସମୟରେ ଅତିରିକ୍ତ ବୋଝକୁ ରେଳବାଇ ସୁରକ୍ଷାବଳ ରେଳଯାତ୍ରୀ ମାନଙ୍କର ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତ୍ତି ର ସୁରକ୍ଷା ଦିଗରେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି।

ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ଭୁବନେଶ୍ୱର କଟକ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସିଆରପିଏଫ ଡ଼ିଆଇଜି ପୋଖରାଜ ଜଇପାଲ, ଆଭିଏସନ କୋଷ୍ଟ ଗାର୍ଡ ଡ଼ିଆଇଜି ସତୀଶ ବିଷ୍ଟ, ଏନଡିଆରଏଫ ସିନିୟର କମାଣ୍ଡାଣ୍ଟ ଜ୍ୟାକବ କିସପୋତା, ସିଆଇଏସଏଫ ସିନିୟର କମାଣ୍ଡାଣ୍ଟ ସୁଧୀର କୁମାର, ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା।

ପୂର୍ବତଟ ରେଳପଥ ଭୁବନେଶ୍ୱର ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026
Latest News

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.