
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜହୁର ଅହମ୍ମଦ ଶାହ ବଟାଲୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ବଟାଲୀ ଏବଂ ପରିବାର ସଦସ୍ୟଙ୍କ ୬.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରି ନିଆଯାଇଛି। ଇଡି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ହାଫିଜ୍ ସଇଦ୍ ଏବଂ ଏମ୍ଡି ୟୁସୁଫ୍ ଶାହକୁ ଅର୍ଥ ଯୋଗାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହଫିଜ୍ ସଇଦ୍ଙ୍କ ଲସ୍କର ଏ ତୋଏବା ଏବଂ ଜମାତ୍ ଉଦ୍ ଦାଓ୍ବାକୁ ଅର୍ଥ ଯୋଗାଣ କରାଯାଇଥିବା ବେଳେ ଏମ୍ଡି ସଲାହୁଦ୍ଦିନଙ୍କ ହିଜ୍ବୁଲ୍ ମୁଜାହିଦ୍ଦିନିକୁ ମଧ୍ୟ ଅର୍ଥ ଯୋଗାଇ ଥିବାର ଅଭିଯୋଗ ରହିଛି। ଏହି ମାମଲାରେ ବଟାଲୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ଅର୍ଥ ହେରଫେର ମାମଲା ମଧ୍ୟ ରୁଜୁ କରାଯାଇଛି। ଏନ୍ଆଇଏ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଅନୁଯାୟୀ ହୁରିୟାତ ନେତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୁରିୟାତର ପ୍ରଚାର କରୁଥିଲା ଜହୁର ଅହମ୍ମଦ ଶାହ ବଟାଲୀ।