Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ନବଜ୍ୟୋତି ସବୁଠୁ ଧନୀ ପ୍ରାର୍ଥୀ

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଏଡିଆର୍‌ ପକ୍ଷରୁ ଏ ସମ୍ପର୍କିତଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ବ୍ୟକ୍ତି। ନବଜ୍ୟୋତିଙ୍କ ସମ୍ପତ୍ତିର ମୁଲ୍ୟ ୧୦୪ କୋଟି ଟଙ୍କା। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଧନୀ ପ୍ରାର୍ଥୀ। ନିରଞ୍ଜନଙ୍କ ପାଖରେ ୬୦ କୋଟିରୁ ଅଧିକ ସମ୍ପତ୍ତି ଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ନବଜ୍ୟୋତି ତଳକୁ ରହିଛନ୍ତି ବାଲେଶ୍ୱରର ବିଜେଡ଼ି ପ୍ରାର୍ଥୀ ରବିନ୍ଦ୍ର ଜେନା। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା। ସେହିପରି କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବୈଜୟନ୍ତ ପଣ୍ଡାଙ୍କର ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ହୋଇଥିବାବେଳେ ତାଙ୍କ ତଳକୁ ରହିଛନ୍ତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଣବ ବଳବନ୍ତରାୟ। ଚିରଞ୍ଜିବୀ ବିଶ୍ୱାଳଙ୍କ ପାଖରେ ୩୩ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପ୍ରଣବ ବଳବନ୍ତରାୟ ୧୭ କୋଟି ମୂଲ୍ୟ ସମ୍ପତ୍ତି ରହିଥିବା ନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ : ଜହୁର ବଟାଲୀଙ୍କ ସମ୍ପତ୍ତି ଜବତ କଲା ଇଡି

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜହୁର ଅହମ୍ମଦ ଶାହ ବଟାଲୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ବଟାଲୀ ଏବଂ ପରିବାର ସଦସ୍ୟଙ୍କ ୬.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରି ନିଆଯାଇଛି। ଇଡି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ହାଫିଜ୍‌ ସଇଦ୍‌ ଏବଂ ଏମ୍‌ଡି ୟୁସୁଫ୍‌ ଶାହକୁ ଅର୍ଥ ଯୋଗାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହଫିଜ୍‌ ସଇଦ୍‌ଙ୍କ ଲସ୍କର ଏ ତୋଏବା ଏବଂ ଜମାତ୍‌ ଉଦ୍‌ ଦାଓ୍ବାକୁ ଅର୍ଥ ଯୋଗାଣ କରାଯାଇଥିବା ବେଳେ ଏମ୍‌ଡି ସଲାହୁଦ୍ଦିନଙ୍କ ହିଜ୍‌ବୁଲ୍‌ ମୁଜାହିଦ୍ଦିନିକୁ ମଧ୍ୟ ଅର୍ଥ ଯୋଗାଇ ଥିବାର ଅଭିଯୋଗ ରହିଛି। ଏହି ମାମଲାରେ ବଟାଲୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଅର୍ଥ ହେରଫେର ମାମଲା ମଧ୍ୟ ରୁଜୁ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଅନୁଯାୟୀ ହୁରିୟାତ ନେତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୁରିୟାତର ପ୍ରଚାର କରୁଥିଲା ଜହୁର ଅହମ୍ମଦ ଶାହ ବଟାଲୀ।

Categories
ଆଜିର ଖବର

ଓମ୍‌ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟିର ସମ୍ପତ୍ତି ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍‌, ଜମି ଏବଂ ବିଭିନ୍ନ ସ୍ଥାନରେ ରହିଥିବା ଘର ଜବତ କରାଯାଇଛି। ଇଡି ପକ୍ଷରୁ ଜବତ କରାଯାଇଥିବା ଜମି ଏବଂ ଘର ଗୁଡିକ ଦିଲ୍ଲୀ, ପଞ୍ଚକୁଲ୍ଲା ଏବଂ ଶୀର୍ଷାରେ ରହିଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ହେରଫେର ମାମଲା ନେଇ ଚୌତାଲାଙ୍କ ବିପକ୍ଷରେ ଇଡି ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ସିବିଆଇ ପକ୍ଷରୁ ମଧ୍ୟ ଚୌତାଲାଙ୍କ ନାମରେ ଏକ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ପତ୍ରରେ ଓମ୍‌ ପ୍ରକାଶଙ୍କ ବ୍ୟତିତ ଅଜୟ ଚୌତାଲା ଏବଂ ଅଭୟ ଚୌତାଲାଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ, ୧୯୯୩ରୁ ୨୦୦୬ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଚୌତାଲାଙ୍କ ବିପକ୍ଷରେ ୬ କୋଟି ୯୭ ଲକ୍ଷ ୯୦୨୬ ଟଙ୍କା ଅନୈତିକ ଉପାୟରେ ଅର୍ଜନ କରିବା ନେଇ ଅଭିଯୋଗ ଆସିଥିଲା। ଜୁଲାଇ ୧୭, ୨୦୧୮ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ସାମ୍ନାରେ ହାଜର ହୋଇଥିବା ବେଳେ ୪.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା।