କୌଣସି ପରିସ୍ଥିତିରେ ବିଦେଶୀ ଆକ୍ରମଣକୁ ଅନୁମତି ଦିଆଯିବ ନାହିଁ: ବାୟୁସେନା ମୁଖ୍ୟ

Published: Oct 8, 2021, 12:12 pm IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ୮୯ ତମ ସ୍ଥାପନା ଦିବସ ପାଳନ କରୁଛି। ଏହି ଅବସରରେ ଗାଜିଆବାଦର ହିନ୍ଦନ ଏୟାରବେସରେ ଭାରତୀୟ ବାୟୁସେନା ନିଜର କୌଶଳ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆମେ ବାହ୍ୟ ବାହିନୀକୁ ଆମର ଆକାଶ ସୀମା ଉଲ୍ଲଂଘନ କରିବାକୁ ଦେବୁ ନାହିଁ।

ଚୌଧୁରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ମୁଁ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ଭାରତୀୟ ବାୟୁସେନାର ବିଦେଶୀ ଆକ୍ରମଣକୁ ଅନୁମତି ଦିଆଯିବ ନାହିଁ। ପୂର୍ବ ଲଦାଖ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଭାରତୀୟ ବାୟୁସେନାର ଯୁଦ୍ଧ ପ୍ରସ୍ତୁତିର ବଡ ପ୍ରମାଣ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।

Related posts