ଦଶହରା ପାଇଁ ଅକ୍ଟୋବର ୧୦ ରୁ ୨୦ ଯାଏଁ ସ୍କୁଲ ଛୁଟି

Published: Oct 8, 2021, 11:15 pm IST

ଭୁବନେଶ୍ୱର : ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ ସମୟସାରଣୀ ଏବଂ କୋଭିଡ୍‌-୧୯ ମହାମାରୀ ପାଇଁ ଅନୁସୃତ କଟକଣା ଅନୁପାଳନପୂର୍ବକ ଖୋଲିବ । ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts