ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ କର୍ମିଙ୍କ ବିକ୍ଷୋଭ

Published: Oct 9, 2021, 11:23 pm IST

ଭୁବନେଶ୍ବର:  ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ ତରଫରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କର୍ମିମାନେ ପାକିସ୍ତାନର କୁଶ ପୁତ୍ତଳିକା ଦାହ କରିଛନ୍ତି।  ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ କାଶ୍ମୀର ଘାଟୀରେ ହିନ୍ଦୁମାନଙ୍କର ପୁନର୍ବାସ ଏବଂ ସ୍ୱଚ୍ଛନ୍ଦ ବିଚରଣ ହିଁ ଆତଙ୍କବାଦକୁ ମୂଳୋତ୍ପାଟନ କରି ପାରିବ ।

ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମହାମନ୍ତ୍ରୀ ଶ୍ରୀ ମିଳିନ୍ଦ ପରାଣ୍ଡେ ଏଥିରେ ଯୋଗ ଦେଇ ବିଗତ ପାଞ୍ଚ ଦିନ ମଧ୍ୟରେ ସାତ ଜଣ ଭାରତୀୟଙ୍କ ହତ୍ୟାରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।  ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ଜିହାଦୀ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ପାକିସ୍ତାନକୁ କଠିନ ଶିକ୍ଷା ଦିଅନ୍ତୁ। ଏଥିସହିତ ହିନ୍ଦୁମାନଙ୍କର ପୁନର୍ବାସ ଏବଂ ଘାଟୀରେ ତାଙ୍କର ସ୍ୱଚ୍ଛନ୍ଦ ବିଚରଣ ପାଇଁ ଉଚିତ୍ ବ୍ୟବସ୍ଥା କରନ୍ତୁ ବୋଲି ଦାବୀ କରିଛନ୍ତି।

Related posts