
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଆଜି ସଂଧ୍ୟାରେ ସମସ୍ତଙ୍କ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି।
ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।