Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀ ହତ୍ୟା ପ୍ରତିବାଦରେ ପିସିସି ପକ୍ଷରୁ ମୌନବ୍ରତ କାର୍ଯ୍ୟକ୍ରମ
ଆଜିର ଖବର

ଚାଷୀ ହତ୍ୟା ପ୍ରତିବାଦରେ ପିସିସି ପକ୍ଷରୁ ମୌନବ୍ରତ କାର୍ଯ୍ୟକ୍ରମ

October 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ତିନିଗୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ବିକ୍ଷୋଭ କରୁଥିବା ଚାଷୀମାନଙ୍କୁ ଗାଡ଼ି ଚପାଇ ବର୍ବରୋଚିତ ଭାବେ ହତ୍ୟା କରିବା ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୌନବ୍ରତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ରାଜଭବନ ଛକ ଠାରେ ଏହି ମୌନବ୍ରତ ପ୍ରତିବାଦ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଂଟା ଠାରୁ ୧ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ମୌନ ରହି ଘଟଣାର ପ୍ରତିବାଦ କରିଥିଲେ।

କାର୍ଯ୍ୟକ୍ରମ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ଏହି ଅନ୍ନଦାତାମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଏହି ଘଟଣାରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। କଂଗ୍ରେସ ଦଳ ସର୍ବଦା ଅନ୍ନଦାତା ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଓ ଆଜି ମଧ୍ୟ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହୋଇଛି। ଯେପର୍ଯ୍ୟନ୍ତ ଏହି ଆଇନ ସରକାର ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ତାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ନକୁଳ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅନୁଲେଖା ବୋଷା, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଅମିୟ କୁମାର ପଟ୍ଟନାୟକ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ନାରାୟଣ ଜେନା, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ୟାସିର ନୱାଜ, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଥ କର, ବିସ୍ମୟ ମହାପାତ୍ର, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ନାସିର ଅହମ୍ମଦ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମତା ପଣ୍ଡା, ସଂକୁନା କହଁର, କୁସୁମ ପ୍ରଧାନ, ମୋହନ ଜେନା, ସମ୍ଭୁ ପାଣିଗ୍ରାହୀ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ଦେବୀପ୍ରସାଦ ବାହାଲିଆ, ରାଜୀବ ମହାପାତ୍ର, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ଶୈଳେନ୍ଦୁ ମଜୁମଦାର, ବ୍ରହ୍ମାନନ୍ଦ ସାହୁ, ଗିତାଞ୍ଜଳି ମହାନ୍ତି, ଅଭିଶେକ ରାଉତ, ଇନ୍ଦ୍ରଜିତ ପରିଡ଼ା, ସନ୍ତୋଷ ନନ୍ଦ, ମନୋଜ ସାହୁ, ସୁନାକର ମହାରଣା, ନିମାଇ ରାଉତରାୟ, ସଂଜୀବ ମହାନ୍ତି, ସାଗର ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ମହମ୍ମଦ ସାହାଦୁଲ୍ଲା, ତାପସ ସେଠୀ, ବାବୁ ଜେନା, ବିଶ୍ୱଭୂଷଣ ମହାପାତ୍ର, ବୁନା ମହାନ୍ତି, ମଂଟୁ ମଲ୍ଲିକ, ଦେବରାଜ ମିଶ୍ର, ସୁବ୍ରତ ସେନାପତି, ଆଶିଷ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ନିରଞ୍ଜନ ପଟ୍ଟନାୟକ ବିକ୍ଷୋଭ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.