‘ବୀର ସାବରକର ଜଣେ ବାସ୍ତବବାଦୀ ଏବଂ ଜାତୀୟତାବାଦୀ ଥିଲେ’: ରାଜନାଥ ସିଂ

Published: Oct 12, 2021, 8:25 pm IST

ନୂଆଦିଲ୍ଲୀ: ବ୍ରିଟିଶମାନଙ୍କ ନିକଟରେ କ୍ଷମା ମାଗିବା ପାଇଁ ବିନାୟକ ଦାମୋଦର ସାବରକରଙ୍କ ସମାଲୋଚନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, ବୀର ସାବରକର କେବଳ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ କ୍ଷମା ପ୍ରାର୍ଥନା କରିଥିଲେ। ବୀର ସାବରକରଙ୍କ ଉପରେ ଏକ ପୁସ୍ତକ ରିଲିଜ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବୀର ସାବରକର ନା ଫାସିବାଦୀ ନା ନାଜିବାଦୀ, ସେ କେବଳ ଜଣେ ବାସ୍ତବବାଦୀ ଏବଂ ଜାତୀୟତାବାଦୀ ଥିଲେ।

ରାଜନାଥ କହିଛନ୍ତି ଯେ, ‘ବୀର ସାବରକର ଜୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଏଥିରେ କୌଣସି ଦ୍ଵିମତ ନାହିଁ। କୌଣସି ବିଚାରଧାରାକୁ ଦେଖି ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ଅବମାନନା କରି ଅପମାନିତ କରିବା ଏକ୍ଷମଣୀୟ ନୁହେଁ।’ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟମ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ସ୍ଵାଧୀନତା ପରେ ବୀର ସାବରକରଙ୍କୁ ବଦନାମ କରିବା କାର୍ଯ୍ୟ ଶୀଘ୍ର କରାଯାଇଥିଲା।

ହିନ୍ଦୁତ୍ୱର ବିଭିନ୍ନ ପରିଭାଷା ବିଷୟରେ ସଂଘ ମୁଖ୍ୟ ଭାଗବତ କହିଛନ୍ତି, “ସାବରକରଙ୍କ ହିନ୍ଦୁତ୍ୱ, ବିବେକାନନ୍ଦଙ୍କ ହିନ୍ଦୁତ୍ୱ ଏହିପରି କିଛି ନୁହେଁ। ହିନ୍ଦୁତ୍ୱ ଏକ, ଏହା ସନାତନ ଯାହା ଶେଷ ପର୍ଯ୍ୟନ୍ତ ଚାଲିବ।” ସେ କହିଛନ୍ତି, ‘ବୀର ସାବରକର ଅଖଣ୍ଡ ଭାରତ ବିଷୟରେ କଥା ହେଉଥିଲେ।

Related posts