ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୭୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 14, 2021, 6:31 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୯, କଟକରୁ ୭୬, ମୟୂରଭଞ୍ଜରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୧, ଜଗତସିଂହପୁରରୁ ୧୯, ବାଲେଶ୍ବରରୁ ୧୬, ଯାଜପୁରରୁ ୧୨, କେନ୍ଦ୍ରାପଡାରୁ ୧୧, ସୁନ୍ଦରଗଡରୁ ୬, ନୟାଗଡରୁ ୪, ଅନୁଗୁଳରୁ ୩, ଗଞ୍ଜାମରୁ ୩, କୋରାପୁଟରୁ ୩, ଦେବଗଡରୁ ୨, କେନ୍ଦୁଝରରୁ ୨, ବରଗଡରୁ ୧, ଭଦ୍ରକରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୦ ହଜାର ୬୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୩ କୁ ବୃଦ୍ଧି ହୋଇଛି।

Related posts