ରାଜ୍ୟରେ ଆଉ ୩୪୦ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Oct 18, 2021, 11:45 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧ ଟି ଲୋକାଲ କେସ୍‌ ରହିଛ। ୩୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୦ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୨୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୨୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୧ ଟି ଜିଲ୍ଲାରୁ ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୯ ଜଣ, କଟକ ଜିଲ୍ଲାରୁ ୪୩, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୧୩ ଜଣ, ବରଗଡ ଜିଲ୍ଲାରୁ ୬, ଭଦ୍ରକ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୧୦ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫, କୋରାପୁଟ ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧, ନୟାଗଡ ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୭ ଜଣ, ରାୟଗଡା ଜିଲ୍ଲାରୁ ୪, ସମ୍ବଲପୁର ଜିଲ୍ଲାରୁ ୧୨, ସୁନ୍ଦରଗଡ ଜିଲ୍ଲାରୁ ୨ ଏବଂ ଷ୍ଟେଟ ପୁଲରୁ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts