ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 19, 2021, 9:03 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୭, କଟକରୁ ୪୬, ବାଲେଶ୍ବରରୁ ୩୩, ମୟୂରଭଞ୍ଜରୁ ୧୭, ସୁନ୍ଦରଗଡରୁ ୧୫, ପୁରୀରୁ ୧୨, କେନ୍ଦ୍ରାପଡାରୁ ୧୧, ସମ୍ବଲପୁରରୁ ୧୧, ଯାଜପୁରରୁ ୧୦, ଜଗତସିଂହପୁରରୁ ୭, ନୟାଗଡରୁ ୭, ଭଦ୍ରକରୁ ୬, ବଲାଙ୍ଗୀରିରୁ ୬, ନୂଆପଡାରୁ ୬, ଦେବଗଡରୁ ୪, ଝାରସୁଗୁଡାରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ରାୟଗଡାରୁ ୨, କଳାହାଣ୍ଡିରୁ ୧, କୋରାପୁଟରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୩ ହଜାର ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୭୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୨୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୪ କୁ ବୃଦ୍ଧି ହୋଇଛି।

Related posts