ଚାଣକ୍ୟ ନୀତି: ଯେଉଁମାନେ ଏହି ଚାରୋଟି ସୁତ୍ର ପାଳନ କରନ୍ତି ସେମାନେ ଜୀବନରେ ହୁଅନ୍ତି ସୁଖୀ

Published: Oct 21, 2021, 6:27 pm IST

ଭୁବନେଶ୍ବର: ମଣିଷ ତାହାର ଜୀବନରେ ସବୁବେଳେ ସୁଖୀ ରହିବା ପାଇଁ ଚାହିଁଥାଏ। ହେଲେ ତାହା ସମସ୍ତଙ୍କୁ ମିଳେ ନାହିଁ। ତେବେ ଏ ନେଇ ଚାଣକ୍ୟ ଏକ ସୁନ୍ଦର କଥା ଉପସ୍ଥାପିତ କରିଛନ୍ତି। ତାଙ୍କ ମତରେ ଯଦି ଜଣେ ମାତ୍ର ଚାରୋଟି ସୁତ୍ରକୁ ସବୁବେଳେ ଧ୍ୟାନ ଦେଇ କାର୍ଯ୍ୟ କରିବ ତେବେ ସେ ସବୁବେଳେ ସୁଖ ଅନୁଭବ କରିବ। ତାଙ୍କ ମତରେ ସେହି ଚାରୋଟି ସୁତ୍ର ହେଲା…

ସଂପତ୍ତିର ଉପଯୁକ୍ତ ବିନିଯୋଗ- ଜଣଙ୍କ ପାଖରେ ସଂପତ୍ତି ଥିଲେ ମଧ୍ୟ ଯଦି ତାହାକୁ ସଠିକ ବ୍ୟବହାର ନ କରନ୍ତି ତେବେ ତାହା କୁଆଡେ ଉଭେଇ ଯିବ। ସେଥିପାଇଁ ଚାଣକ୍ୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଧନସଂପତିର ସଠିକ୍ ବିନିଯୋଗ କରିବ ତେବେ ସେ ନିଶ୍ଚିତ ସୁଖ ଅନୁବଭ କରିବ।

ବିଦ୍ୟା ଅର୍ଜନ- ଯେଉଁ ବ୍ୟକ୍ତି ବିଦ୍ୟା ଅର୍ଜନ ବେଳେ ସଙ୍କୋଚ ପ୍ରକଟ କରିବ ନାହିଁ, ସେ ମଧ୍ୟ ସୁଖ ଅନୁଭବ କରିବ। କାରଣ ବିଦ୍ୟା ଏପରି ଏକ ଜିନିଷ ଯାହା ମଣିଷକୁ ଉଚିତ ମାର୍ଗରେ ନେବାରେ ସାହାଯ୍ୟ କରିଥାଏ। ତେଣୁ ଯେ କୌଣସି ବୟସରେ ବିଦ୍ୟା ଅର୍ଜନ କରିବାରେ ସଙ୍କୋଚ ବୋଧ କରିବା ଅନୁଚିତ।

ଉଚିତ୍ ବ୍ୟବହାର ପ୍ରଦର୍ଶନ- ଲୋକଙ୍କ ବ୍ୟବହାର ହିଁ ତାଙ୍କର ଆଭିଜାତ୍ୟର ପ୍ରମାଣ ମିଳିଥାଏ। ସେଥିପାଇଁ କୁହାଯାଉଛି ଯେଉଁମାନେ ବଡସାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିନ୍ତି ସେମାନେ ସବୁବେଳ ସୁଖୀ ହୋଇଥାନ୍ତି। ସମସ୍ତେ ଭାବୁଥିବା ଏହା କିପରି ସମ୍ଭବ। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ବଡମାନଙ୍କ ଆର୍ଶିବାଦ ଏବଂ ସାନ ମାନଙ୍କ ସ୍ନେହ ମଣିଷ ଜୀବନ ଗଠନରେ ବେଶ୍ ପ୍ରଭାବ ପକାଇଥାଏ।

ନିଜ ରୁଚିର ଭୋଜନ- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଭୋଜନ ସମୟରେ ଲାଜ ନ କରି ନିଜ ରୁଚି ମୁତାବକ ବରାଦ କରିଥାନ୍ତି ସେମାନେ ସବୁବେଳେ ସୁଖ ଅନୁଭବ କରାଥାନ୍ତି। କାରଣ ଭୋଜନ ବେଳେ କେହି କେବେ ବି ଲଜ୍ଜା ଅନୁଭବ କରିବା ଅନୁଚିତ।

Related posts