ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 21, 2021, 8:14 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୦, କଟକରୁ ୮୫, ମୟୂରଭଞ୍ଜରୁ ୨୮, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୫, ପୁରୀରୁ ୧୫, କେନ୍ଦ୍ରାପଡାରୁ ୧୪, ବାଲେଶ୍ବରରୁ ୧୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୯, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୩, ଅନୁଗୁଳରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, ବଲାଙ୍ଗୀରିରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୪ ହଜାର ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୮୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

Related posts