ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 22, 2021, 8:27 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୩, କଟକରୁ ୫୫, ମୟୂରଭଞ୍ଜରୁ ୨୧, ବାଲେଶ୍ବରରୁ ୨୦, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୯, ନୟାଗଡରୁ ୯, ସୁନ୍ଦରଗଡରୁ ୮, ଗଜପତିରୁ ୭, ଅନୁଗୁଳରୁ ୫, ଗଞ୍ଜାମରୁ ୫, ବଲାଙ୍ଗୀରିରୁ ୪, ସମ୍ବଲପୁରରୁ ୪, ବରଗଡରୁ ୩, ଝାରସୁଗୁଡାରୁ ୩, ରାୟଗଡାରୁ ୩, ଦେବଗଡରୁ ୨, କେନ୍ଦୁଝରରୁ ୨, ନବରଙ୍ଗପୁରରୁ ୨, କୋରାପୁଟରୁ ୧ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୫ ହଜାର ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୧୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୯ କୁ ବୃଦ୍ଧି ହୋଇଛି।

Related posts