ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ବିଜେପିରେ ଯୋଗ ଦେଲେ ଏହି ବିଧାୟକ

Published: Oct 24, 2021, 9:05 pm IST

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଉପ-ନିର୍ବାଚନର ଠିକ୍ ଛଅ ଦିନ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି। ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ବଡୱାହ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ସଚିନ ବିର୍ଲା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ବିର୍ଲା ବିଜେପିରେ ଯୋଗଦେବାର ଭିଡିଓ ସେୟାର କରି ରାଜ୍ୟ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ଲୋକେନ୍ଦ୍ର ପାରଶର ଏବଂ ରାଜ୍ୟ ବିଜେପି ଟୁଇଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଆଜି ମଧ୍ୟପ୍ରଦେଶର ବଡୱାହ ଠାରେ କଂଗ୍ରେସ ବିଧାୟକ ସଚିନ ବିର୍ଲା ବିଜେପିର ସଦସ୍ଯତା ଗ୍ରହଣ କରିଛନ୍ତି। ବିଜେପିର ଜନ କଲ୍ୟାଣ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା ସଚିନ କହିଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଟିକେଟ୍ ରେ ସଚିନ ବିର୍ଲା ବଡୱାହ ଆସନରୁ ବିଜେପି ପ୍ରାର୍ଥୀ ହିତେନ୍ଦ୍ର ସିଂ ସୋଲାଙ୍କିଙ୍କୁ ପ୍ରାୟ ୩୦ ହଜାର ୫୦୦ ଭୋଟରେ ପରାସ୍ତ କରିଥିଲେ। ବଡୱାହ ବିଧାନସଭା ନିର୍ବାଚନମଣ୍ଡଳୀ ଖରଗୋନ୍ ଜିଲ୍ଲାରେ ପଡେ, ଏହା ଖଣ୍ଡୱା ଲୋକସଭା ଆସନର ଏକ ଅଂଶ, ଯେଉଁଠାରେ ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଖଣ୍ଡୱା ଲୋକସଭା ଆସନ ବ୍ୟତୀତ ମଧ୍ୟପ୍ରଦେଶର ଅନ୍ୟ ତିନୋଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି।

Related posts