ଅହଂକାର ଯୋଗୁଁ ଲୋକଙ୍କ ପରାମର୍ଶ ନେବାକୁ ଚାହେଁନି ସରକାର: କେନ୍ଦ୍ର ମନ୍ତ୍ରୀ ଗଡକରୀ

Published: Oct 25, 2021, 7:49 pm IST

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ସରକାରରେ ବ୍ୟାପକ ପରିମାଣରେ ଅହଂକାର ରହିଛି। ସରକାର ଭାବୁଛି ଯେ, ସମସ୍ତ ତଥ୍ୟ ଆମ ପାଖରେ ରହିଛି, ତେଣୁ ସେମାନେ ଲୋକଙ୍କ ସହିତ ପରାମର୍ଶ ନିଅନ୍ତି ନାହିଁ। ନିଜର ପରାମର୍ଶ ଆପ୍ ‘କଂସଲ୍ଟ’ ର ଶୁଭାରମ୍ଭ ସମୟରେ ଗଡକରୀ ଏହି କଥା କହିଛନ୍ତି | ଏହି କାର୍ଯ୍ୟକ୍ରମରେ ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ଜଣେ ଭଲ ବ୍ୟକ୍ତି ପାଖରେ ରଖିବା ଉଚିତ୍।

ନିତିନ ଗଡକରୀ କହିଛନ୍ତି ଯେ, ସରକାରୀ ପ୍ରକଳ୍ପରେ ବିଳମ୍ବ ହେବାର କାରଣ ହେଉଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯାଉ ନାହିଁ। ନିଷ୍ପତ୍ତି କଣ ନିଆଯାଉଛି, ତାହା ସମସ୍ୟା ନୁହେଁ। ନିର୍ଣ୍ଣୟ ନନେବା ତାହା ସମସ୍ୟା ଅଟେ। ଯୁଗ୍ମ ସଚିବଙ୍କ ଭୁଲକୁ ନିୟନ୍ତ୍ରଣ କରନ୍ତି ସଚିବ, ସଚିବଙ୍କ ଭୁଲକୁ ମନ୍ତ୍ରୀ ନିୟନ୍ତ୍ରଣ କରନ୍ତି। କିନ୍ତୁ ମୁଁ ସ୍ୱଚ୍ଛ, ଦାୟିତ୍ଵ ସ୍ଥିର କରିବାରେ ବିଶ୍ଵାସ କରେ।

ନିତିନ ଗାଡକରୀ କହିଛନ୍ତି ଯେ, “ବର୍ତ୍ତମାନ ଜମି ଅଧିଗ୍ରହଣ ପାଇଁ ଅଧିକ ଟଙ୍କା ଦିଆଯାଉଛି। ଏହି କାରଣରୁ ସମସ୍ତ ଜାତୀୟ ରାଜପଥ, ଏକ୍ସପ୍ରେସୱେଗୁଡିକର ପ୍ରକଳ୍ପ ସତ୍ତ୍ୱେ ଜମି ଅଧିଗ୍ରହଣ ପ୍ରସଙ୍ଗରେ କୌଣସି ବିରୋଧ କରାଯାଇ ନାହିଁ। ଲୋକମାନେ ଆଉ କହିବାକୁ ଆସନ୍ତି ନାହିଁ କି ମୋର ଜମି ନିଅନ୍ତୁ ନାହିଁ। ବର୍ତ୍ତମାନ ଜମି ଦେବା ପାଇଁ ଲୋକେ କହିବାକୁ ଆସୁଛନ୍ତି। “

Related posts