ଚାଣକ୍ୟ ନୀତି: ଭଲ ମଣିଷକୁ କିପରି ଚିହ୍ନବେ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏହି ସୁତ୍ର

Published: Oct 28, 2021, 6:23 am IST

ଭୁବନେଶ୍ବର: ଭଲ ମଣିଷକୁ କିପରି ଜାଣିବ ତାହାର ଉପାୟ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ଦ୍ବାରା ଲିଖିତ ଚାଣକ୍ୟ ନୀତିରେ ତାହା ବର୍ଣ୍ଣନା କରାଯାଇଛି। ସେ କହିଛନ୍ତି ଯେ ସୁନାର ସୁଦ୍ଧତା ଜାଣିବା ପାଇଁ ବହୁ ପରୀକ୍ଷା କରାଯାଇଥାଏ। ସେହିପରି ଭଲ ମଣିଷକୁ ଚିହ୍ନିବା ପାଇଁ ମଧ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି।

ସୁନା ଭଲ କି ଖରାପ ଜାଣିବା ପାଇଁ ବଣିଆ ତାହାକୁ ପୋଡି, ବାଡାଇ, ଘଷି ଏପରିକି ଖଣ୍ଡ ଖଣ୍ଡ କାଟି ତାହାର ସୁଦ୍ଧତା ଜାଣିଥାଏ। ସେହିପରି ମଣିଷର ଦକ୍ଷତା, ଗୁଣାବଳୀ, ଆଚାର ବ୍ୟବହାର ଏବଂ ତାହାର ତ୍ୟାଗ ମନବୃତ୍ତିରୁ ଜାଣିପାରିବେ ସେ ଭଲ ମଣିଷ କି ନାହିଁ।

Related posts