Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ଦିଲ୍ଲୀପ ଓ ବିଜୟଙ୍କ ଯୋଡ଼ି : ପାଟକୁରାରେ ବିଜୟଙ୍କୁ ଭେଟିଲେ ଦିଲ୍ଲୀପ
ଆଜିର ଖବର

ଚର୍ଚ୍ଚାରେ ଦିଲ୍ଲୀପ ଓ ବିଜୟଙ୍କ ଯୋଡ଼ି : ପାଟକୁରାରେ ବିଜୟଙ୍କୁ ଭେଟିଲେ ଦିଲ୍ଲୀପ

April 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟରେ ନିର୍ବାଚନ ତାତି ଖୁବ୍‌ ଜୋର୍‌। ପ୍ରଥମ ପର୍ଯ୍ୟାୟର ଭୋଟ୍‌ଗ୍ରହଣ ସରିଯାଇଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ତେବେ ଓଡ଼ିଶା ରାଜନୀତିରେ ସବୁବେଳେ କିଛି ନା କିଛି ରୋଚକ ଘଟଣା ଦେଖିବାକୁ ମିଳୁଛି। କେନ୍ଦ୍ରପଡ଼ା ରାଜନୀତିରେ ଏବେ କିଛି ନୂଆ ମୋଡ଼ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରୁ ଲଢୁଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଆଜି ପାଟକୁରାରେ ପହଁଚିଛନ୍ତି ବିଜେପିରୁ ଇସ୍ତଫା ଦେଇଥିବା ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ଏହାସହ ସେ ବିଜୟଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ରାଜ୍ୟ ରାଜନୀତିରେ ବିଜୟ ଓ ଦିଲ୍ଲୀପଙ୍କ ଯୋଡ଼ିକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥାଏ। ଦୁହେଁ ପ୍ରାୟତଃ ଅଧିକାଂଶ ରାଜନୈତିକ ନିଷ୍ପତ୍ତି ମିଳିମିଶି ନେଇଥାନ୍ତି। ଦୁହେଁ ବିଜେପିରୁ ଇସ୍ତଫା ମଧ୍ୟ ଗୋଟିଏ ଦିନରେ ଦେଇଥିଲେ। ତେବେ ବିଜୟ ପୁଣି ବିଜେପିକୁ ଫେରି ଆସିଥିବାବେଳେ ଦିଲ୍ଲୀପ କିନ୍ତୁ ଫେରିନାହାନ୍ତି। ଏପରିକି ତାଙ୍କୁ ଫେରାଇ ଆଣିବା ପାଇଁ ଜୁଏଲ୍‌ ଓରାମ୍‌ ମଧ୍ୟ ଚେଷ୍ଟା ଚଳାଇଥିଲେ। ରାଉରେକଲା ପାଇଁ ଦୁଇଟି ଦାବି କରି ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇଥିବାବେଳେ ତାଙ୍କର ଦୁଇଟିଯାକ ଦାବି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ସୁପରସ୍ପେସାଲିଟି ହସ୍ପିଟାଲ ପାଇଁ ମଧ୍ୟ କାମ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ନିକଟରେ ଦିଲୀପ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ବିଜୟଙ୍କୁ ଭେଟି ଦିଲ୍ଲୀପ କହିଛନ୍ତି ଯେ, ସେ ବିଜୟଙ୍କ ସହ ରହିଛନ୍ତି ଏବଂ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି। ଗତ କିଛିଦିନ ତଳେ ଦିଲୀପ ବିଜୟଙ୍କ ପାଇଁ ପ୍ରଚାର କରିବେ ବୋଲି କହିଥିଲେ। ଦିଲ୍ଲୀପ ପୂର୍ବରୁ ବିଜେଡ଼ିରୁ ମିଶିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲ। ଏଥରଙ୍କ ଓଡ଼ିଶା ରାଜନୀତିର ଫୋକ୍‌ସରେ ରହିଛି କେନ୍ଦ୍ରାପଡ଼ା ରାଜନୀତି। ଏହି ଲୋକସଭା ଆସନରୁ ପାରମ୍ପରିକ ଭାବେ ବୈଜୟନ୍ତ ପଣ୍ଡା ଚଳିତ ଥର ବିଜେପି ତରଫରୁ ଲଢୁଥିବାବେଳେ ବିଜେଡ଼ି ତରଫରୁ ଅଭିନେତାରୁ ରାଜନେତା ହୋଇଥିବା ଅନୁଭବଙ୍କୁ ପ୍ରାର୍ଥୀ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.