ଦୀପାବଳିରେ ମା ଲକ୍ଷ୍ମୀଙ୍କ ପୂଜା କରୁଥିଲେ 5ଟି ବିଷୟରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

Published: Oct 30, 2021, 10:59 pm IST

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ଆସିବ ଦୀପାବଳି। ସେଦିନ ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି।

ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

2-ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

3-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

4-ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

5-ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।

Related posts