ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

Published: Oct 31, 2021, 2:51 pm IST

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜାତିର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି। ଏହା ପରେ ବିଦ୍ୟା ଭୂଷଣ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ଆୟୋଜିତ ସାଇକେଲ ଓ ମଟର ସାଇକେଲ ରାଲି “ରନ୍ ଫର୍ ୟୁନିଟି” କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

ମହାପ୍ରବନ୍ଧକଂକ ନେତୃତ୍ୱରେ ପୂର୍ବତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ମୁଖ୍ୟାଳୟ ରେଳସଦନ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏକତା ଦିବସ ସମାରୋହରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Related posts