Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିୟମିତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ
ଆଜିର ଖବର

ନିୟମିତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

October 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଗତ ୨୦୧୩ ମସିହା ଠାରୁ ଲଗାତର ଭାବରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଅଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବିକୁ ସହୃଦୟତାର ସହ ବିଚାର କରି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସମେତ ପାରିଶ୍ରମିକ ମଧ୍ୟ ବୃଦ୍ଧି କରି ଆସିଛନ୍ତି।

ଗତ କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତିପ୍ରାପ୍ତ ଠିକା ପଦବୀକୁ ଉଚ୍ଛେଦ କରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବରେ ଗ୍ରହଣ କରିବା ପାଇଁ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ଠିକା କର୍ମଚାରୀ ଉପକୃତ ହେବେ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଏହି ପ୍ରକ୍ରିୟାରେ ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟାକୁ ବିଚାର କରାଯାଇ ନାହିଁ।

ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବରେ ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକ (୫୪୫୨ଟଙ୍କା)ରେ ଶିକ୍ଷାଦାନ କରି ଆସୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ହତାଶାର ଭାବ ସୃଷ୍ଟି କରିଛି। ରାଜ୍ୟରେ ପ୍ରାଥମିକସ୍ତରରେ ଶିକ୍ଷାର ଗୁଣାତ୍ମକ ବିବାଶ ପାଇଁ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବିକୁ ବିଚାରକୁ ନେଇ ଓ ସେମାନଙ୍କୁ ଅସ୍ଥାୟୀ ଶିକ୍ଷକ ପରିବର୍ତ୍ତେ ସ୍ଥାୟୀ କଳା ଓ କ୍ରୀଡ଼ା ଶିକ୍ଷକ ଭାବରେ ନିୟମିତ ପାଇଁ ମଧ୍ୟ ମହାସଂଘ ପକ୍ଷରୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ବର୍ଗର ଜନସାଧାରଣ, କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ପ୍ରତି ସହୃଦୟତାର ସହ ବିିଚାର କରି ସେମାନଙ୍କ ଦାବିକୁ ପୂରଣ କରୁଥିବା ସମୟରେ ୯ ବର୍ଷ ଧରି କାର୍ଯ୍ୟରତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରି ଶିକ୍ଷାର ମାନବୃଦ୍ଧିରେ ଆଉ ଏକ ମାଇଲ୍ ଖୁଣ୍ଟ ଯୋଡ଼ିବା ପାଇଁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଆବାହକ ଚନ୍ଦ୍ରଶେଖର ପାଢୀ ଏବଂ ପ୍ରଦୀପ କୁମାର ଦାସଙ୍କ ସମେତ ଜ୍ଞାନରଞ୍ଜନ ମହାନ୍ତି, ରଶ୍ମୀରଞ୍ଜନ ସାହାଣୀ, ସୁଶାନ୍ତ କୁମାର ସାହୁ, ଶଙ୍କର ପ୍ରସାଦ ମହାପାତ୍ର, ମହେନ୍ଦ୍ର କୁମାର ସାହୁ, ବିଜୟ କୁମାର ବାରିକ, ସ୍ୱାତୀମୁକ୍ତା, ଦେବବ୍ରତ ପଟ୍ଟନାୟକ, ଶୁଭାଶିଷ ଦତ୍ତ, ସ୍ମୃତିପୁଷ୍ପା ପଣ୍ଡାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଓଡିଶା ନିୟମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026

ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

June 23, 2026
Latest News

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026

ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

June 23, 2026

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.