
ଭୁବନେଶ୍ବର: ୮ ନଭେମ୍ବର ଠାରୁ ଭୁବନେଶ୍ୱର ଠାରୁ ଏବଂ ୯ ନଭେମ୍ବର ଠାରୁ ପଲାସା ଠାରୁ ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱର ଏବଂ ପାଲାସା ମଧ୍ୟରେ ଆଉ ଛଅ ଟି ଷ୍ଟେସନ ଠାରେ ଅତିରିକ୍ତ ରହଣି କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ୍ ସଂଶୋଧିତ ସମୟ ଏବଂ ସଂଶୋଧିତ ଗଠନ ସହିତ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଣସଂରକ୍ଷିତ କୋଚ ସହିତ ଚଳାଚଳ କରିବ।
ଏହି ଟ୍ରେନ୍ ଭୁବନେଶ୍ୱର ଏବଂ ପାଲାସା ମଧ୍ୟରେ ଏହାର ନିର୍ଧାରିତ ରହଣି ଷ୍ଟେସନ ସହିତ ଭୂଷଣ୍ଡପୁର, କୁହୁଡ଼ି, ଗଙ୍ଗାଧରପୁର, ଗଞ୍ଜାମ, ଗୋଲନ୍ଥରା ଏବଂ ସୁରଲା ରୋଡ୍ ଠାରେ ଅତିରିକ୍ତ ରହଣି କରିବ।
ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୬ଘ.୩୫ମି. ପରିବର୍ତ୍ତେ ୬ଘ.୧୦ମି.ରେ ଛାଡି ରାତ୍ରି ୧୦ଘ.୩୫ମି.ରେ ପାଲାସରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପାଲାସାରୁ ସକାଳ ଛଅ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୪୫ମି.ରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ନିରାକାରପୁର, କାଳୁପଡାଘାଟ, ଏବଂ ବାଲୁଗାଁ ଷ୍ଟେସନ ଠାରେ ଏହି ଟ୍ରେନର ସମୟ ସମୟ ସାରଣୀକୁ ସଂଶୋଧିତ କରାଯାଇଅଛି।