ଚଳିତ ବର୍ଷ ଧନତରାସରେ ପଡିଛି ବିରଳ ତ୍ରିପୁସ୍କର ଯୋଗ, ଜାଣନ୍ତୁ ଏହିଦିନ କିଣାକିଣି କଲେ କଣ ହେବ

Published: Nov 2, 2021, 9:31 am IST

ଭୁବନେଶ୍ବର: ଆଜି ହେଉଛି ଧନତରାସ। ଚଳିତ ବର୍ଷ ଧନତରାସରେ ତ୍ରିପୁସ୍କର ଯୋଗ ସଂପଠିତ ହୋଇଛି। ତ୍ରିପୁଷ୍କର ଯୋଗରେ ଯାହା ବି କାମ କରାଯାଏ, ଏହା ତ୍ରିଗୁଣ ଫଳାଫଳ ମିଳିଥାଏ। ତ୍ରିପୁଷ୍କର ଯୋଗରେ ସୁନା ଓ ରୂପା କିଣିବା ବ୍ୟତୀତ ପୁଞ୍ଜି ବିନିଯୋଗ ପାଇଁ ମଧ୍ୟ ଏକ ଭଲ ସୁଯୋଗ ଅଛି।

ତ୍ରିପୁଷ୍କର ଯୋଗ ମଙ୍ଗଳବାର ଏବଂ ଦ୍ୱାଦଶ ତିଥିଙ୍କ ମିଳନ ଦ୍ୱାରା ଗଠିତ। ଦ୍ୱାଦଶ ତିଥି 1 ନଭେମ୍ବରରେ ରାତି 1:21 ରୁ ଏବଂ 2 ନଭେମ୍ବରରେ ସକାଳ 11:30 ପର୍ଯ୍ୟନ୍ତ ରହିବ। ତେଣୁ ଏହି ଯୋଗର ଲାଭ ଆଜି ସକାଳ 11.30 ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଲାଭ ଅମୃତ ଯୋଗ: ଧନ୍ତରସରେ, ‘ଲାଭ ଅମୃତ ଯୋଗ’ ମଧ୍ୟ ରହିଛି। ଯାହା ସକାଳ 10.30 ରୁ ରାତି 1.30 ପର୍ଯ୍ୟନ୍ତ ରହିବ। ଲାଭ ଅମୃତ ଯୋଗରେ ସପିଂ ମଧ୍ୟ ବହୁତ ଶୁଭଦାୟକ ବୋଲି ବିବେଚନା କରାଯାଏ |

ଏହା ବ୍ୟତୀତ ଅପରାହ୍ନ 3 ଟାରୁ 4.30 ଏବଂ ସନ୍ଧ୍ୟା 7.30 ରୁ 9 ଟା ମଧ୍ୟ କିଣାକିଣି କରିବା ପାଇଁ ଶୁଭ ସମୟ ଅଟେ।

Related posts