ବର୍ତ୍ତମାନ ଦେଶରେ କେତେ ଜଣ କରୋନା ଆକ୍ରାନ୍ତ ଅଛନ୍ତି ? ଜାଣନ୍ତୁ କଣ ହେବ ଏହାର ଉତ୍ତର

Published: Nov 2, 2021, 11:40 am IST

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୦ ହଜାର ୪୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା୧ ଲକ୍ଷ ୫୩ ହଜାର ୭୭୬ରେ ପହଁଚିଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୮୩ ହଜାର ୫୮୧ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଫଳରେ ଆରୋଗ୍ୟ ହାର ୯୮.୨୧% କୁ ବୃଦ୍ଧି ପାଇଛି।

ସହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ଲକ୍ଷ ୯୬ ହଜାର ୨୩୭ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫ ହଜାର ୪୧ ଜଣ। ଗତ ୨୪ ଘଣ୍ଟାରେ ୪୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୮ ହଜାର ୮୮୦ କୁ ବୃଦ୍ଧି ପାଇଛି।

Related posts