ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ -2021 ଉଦଯାପିତ

Published: Nov 2, 2021, 6:14 pm IST

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ସମସ୍ତ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ଅବସରରେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସତର୍କତା ସଚେତନତା ସପ୍ତାହ -୨୦୨୧ କୁ ସ୍ମରଣୀୟ କରିବା ପାଇଁ ରେଳପଥର ସତର୍କତା ବିଭାଗ ପକ୍ଷରୁ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିଥିଲା ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସେବା କରିବାରେ ସାହାଯ୍ୟ କରିବ।

ଏହି ଅବସରରେ ଶ୍ରୀ ସୁଧୀର କୁମାର ପୂର୍ବତଟ ରେଳପଥର ୱାଲ ମାଗାଜିନ ଅତସୀ କୁସୁମର ଅନାବରଣ କରିଥିଲେ। ଚଳିତ ମାସର ସ୍ୱତନ୍ତ୍ର ସଂସ୍କରଣ ସତର୍କତା ସମ୍ବନ୍ଧରେ ଆଧାରିତ ଥିଲା। ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଏହି ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ।

Related posts