ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ କଲା ବାଣପୁର ପୋଲିସ, ତିନି ଗିରଫ

Published: Nov 3, 2021, 9:13 pm IST

ବାଣପୁର: ଆଜି ଦିନତମାମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଏକାଧିକ ଅଞ୍ଚଳରେ ପୋଲିସ ଚଢ଼ାଉ କରି ତିନି ବାଣ ବେପାରୀଙ୍କୁ ଗିରଫ କରିଛି । ପଦନପୁର, ଅଲାଈଡିହ ଏବଂ ଗୋପୀନାଥପୁର ଛକରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଅଫୁଟା ବାଣ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।

ଆସନ୍ତାକାଲି ଦୀପାବଳି ଥିବାବେଳେ ଉକ୍ତ ତିନି ଛକରେ ବେଆଇନ ଭାବେ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିଲେ ତିନି ଦୋକାନୀ । ତେବେ କୌଣସି ମତେ ଖବର ପାଇ ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୃଥକ ଭାବେ ଉକ୍ତ ତିନି ଗୋଟି ସ୍ଥାନରେ ଚଢ଼ାଉ କରିଥିଲେ ।

ପାଖାପାଖି ଦୁଇ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବାବେଳେ ଗିରଫ ତିନି ଦୋକାନୀମାନଙ୍କ ବିରୋଧରେ କେସ ନମ୍ବର ୩୯୦, ୩୯୧ ଏବଂ ୩୯୨ ରେ ତିନି ଗୋଟି ମାମଲା ରୁଜୁ ହୋଇଥିବାର ପୋଲିସ ସୂଚନା ଦେଇଛି ।

Related posts