Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ
ଆଜିର ଖବର

ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ

November 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ

ପୁରୀ/ଭୁବନେଶ୍ଵର: ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ଵାଗତ କରାଯାଇଛି । ଏହି ମଶାଲ ଆଜି ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି. ରାମାସ୍ଵାମୀ ପ୍ରମୁଖ ପାଛୋଟି ନେଇଥିଲେ। ଭାରତୀୟ ଯବାନ ମାନଙ୍କ ବୀରତ୍ଵ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ। ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ୱେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ଵବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ଵ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ଵାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଚଳିତ ବର୍ଷ ଭାରତୀୟ ସେନା ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନର ସ୍ମୃତି ଉଦ୍ଦେଶ୍ୟରେ ଏହାର ସ୍ଵର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି। ପ୍ରତିବର୍ଷ ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ। ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନା ପକ୍ଷରୁ ସ୍ଵର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ଵର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି।

ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ଵର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ଆଜି ଆସି ପୁରୀରେ ପହଞ୍ଚିଥିଲା। ପ୍ରାରମ୍ଭରେ ଅତିଥି ମାନେ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ବ୍ଲୁ ଫ୍ଲାଗ ବେଳାଭୂମିରେ ନିର୍ମିତ ବାଲୁକା କଳା ଦେଖିଥିଲେ। ଦଶଭୂଜା ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଅତିଥିମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହାପରେ ଏହି ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସ୍ଵାଗତ କରାଯାଇଥଲା। ଅଧ୍ୟକ୍ଷା ଡଃ ସୁଜାତା ମିଶ୍ରଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଏଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ଏନସିସି, ରେଡକ୍ରସ ଓ ଏନଏସଏସ ସ୍ଵେଚ୍ଛାସେବୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ।

ବିଜୟ ମଶାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025
Latest News

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ଜନ ସୂରାଜ ପ୍ରାର୍ଥୀଙ୍କୁ ଉଠେଇନେଲା କି ବିଜେପି?: ସାଂଘାତିକ ଅଭିଯୋଗ ଆଣିଲେ ପ୍ରଶାନ୍ତ କିଶୋର

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.