ବସ ଯାତ୍ରୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ କମିଲା ବସ ଭଡା

Published: Nov 6, 2021, 6:28 pm IST

ଭୁବନେଶ୍ଵର: ରାଜ୍ୟର ସମସ୍ତ ବସ ଯାତ୍ରୀଙ୍କୁ ଆଜି ଖୁସି ଖବର ମିଳିଛି। ବସ ଭଡା ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ତେଲ ଦର କମିବାରୁ ବସ ଭଡା କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦର ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।

ସାଧାରଣ ବସ ଭଡା କିମି ପିଛା ୯୨ ପଇସାରୁ ୮୭ ପଇସାକୁ ହ୍ରାସ କରାଯାଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୬ ରୁ ୯୧ ପଇସା, ଡିଲକ୍ସ ଭଡା ୧.୩୫ ରୁ ୧.୨୫ ପଇସା, ଡିଲକ୍ସ ଏସି ବସ ଭଡା ୧.୬୩ ପଇସାରୁ ୧.୫୩ ପଇସା ଏବଂ ସୁପର ପ୍ରିମିୟମ ୨.୫୩ ପଇସାରୁ ୨.୩୮ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଛି।

Related posts