Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୧ ତମ ଭାରତ-ଆମେରିକା ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ ବୈଠକ  
ଆଜିର ଖବର

୧୧ ତମ ଭାରତ-ଆମେରିକା ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ ବୈଠକ  

November 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ୧୧ ତମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ (ଡିଟିଟିଆଇ) ଗ୍ରୁପ୍ ମିଟିଂ ଭର୍ଚୁଆଲ୍ ମାଧ୍ୟମରେ ନଭେମ୍ବର ୯ ତାରିଖ ୨୦୨୧ରେ ଅନୁଷ୍ଠିତ ହୋଇଛି। ଏହି ମିଟିଂରେ ରାଜ କୁମାର, ସଚିବ (ପ୍ରତିରକ୍ଷା ଉତ୍ପାଦନ), ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଓ ଗ୍ରେଗୋରି କୌସନେର, ୟୁଏସ ପ୍ରତିରକ୍ଷା ବିଭାଗର ଉପ-ସଚିବ ଅଧ୍ୟକ୍ଷତା କରିଥିଲେ।

ଡିଟିଟିଆଇ ଗ୍ରୁପ୍ ମିଟିଂ ସାଧାରଣତଃ ବର୍ଷକୁ ଦୁଇ ଥର ହୋଇଥାଏ ଓ ବିକଳ୍ପ ଭାବରେ ଭାରତ ଏବଂ ଆମେରିକାରେ ଏହା ଅନୁଷ୍ଠିତ ହୋଇଥାଏ। ଅନ୍ୟପକ୍ଷରେ ଚଳିତ ଡିଟିଟିଆଇ ମିଟିଂକୁ କୋଭିଡ୍‌-୧୯ ମହାମାରୀ ହେତୁ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ଭିଡିଓ ଟେଲିକନ୍‌ଫରେନ୍ସିଂ ମାଧ୍ୟମରେ କରାଯାଇଛି।

ଡିଟିଟିଆଇ ଗ୍ରୁପର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟ ସମ୍ପର୍କରେ ସ୍ଥାୟୀ ନେତୃତ୍ୱ ଉପରେ ଧ୍ୟାନ ଦେବା ଓ ପ୍ରତିରକ୍ଷା ଉପକରଣର ସହ-ଉତ୍ପାଦନ ଓ ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା। ସ୍ଥଳ, ଜଳ, ଆକାଶ ଓ ଏୟାରକ୍ରାଫ୍‌ଟ କ୍ୟାରିୟର ପ୍ରଯୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରି ଚାରିଟି ଯୁଗ୍ମ କାର୍ଯ୍ୟକାରୀ ଗ୍ରୁପକୁ ଡିଟିଟିଆଇ ଅଧୀନରେ ପ୍ରତିଷ୍ଠା କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମଧ୍ୟରେ ସହମତି ହୋଇଥିବା ପ୍ରକଳ୍ପଗୁଡ଼ିକର ପ୍ରସାର କରିବା। ଚାଲୁ ରହିଥିବା କାର୍ଯ୍ୟକ୍ରମ ଓ ସହଯୋଗମୂଳକ ସୁଯୋଗ ସମ୍ବନ୍ଧରେ ଗ୍ରୁପ୍ କୋ-ଚେୟାରଙ୍କୁ ସୂଚିତ କରିଛନ୍ତି ଯେଉଁଥିରେ ଅନେକ ସ୍ୱଳ୍ପ-ଅବଧି ସମ୍ପନ୍ନ ପ୍ରକଳ୍ପ ରହିଛି ଓ ଏହାର ସମାପ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଡିଟିଟିଆଇର ସଫଳତା ସହିତ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ସ୍ୱରୂପ ଉଭୟ ପକ୍ଷ ସବିଶେଷ ଯୋଜନା ଓ ପ୍ରଗତିର ଅନୁଧ୍ୟାନ କରିବା ସହିତ ପ୍ରତିରକ୍ଷା ସହଭାଗୀତା ସମ୍ପର୍କିତ ଆଲୋଚନାକୁ ମଜବୁତ କରିବାର ସେମାନଙ୍କର ଆଗ୍ରହକୁ ପ୍ରକାଶ କରିଛନ୍ତି।

କୋ-ଚେୟାର ଏହା ମଧ୍ୟ ଜଣାଇଥିଲେ ଯେ ଗତ ଡିଟିଟିଆଇ ଗ୍ରୁପ୍ ମିଟିଂ ଠାରୁ ସେପ୍ଟେମ୍ବର ୨୦୨୦ ରେ ଜଏଂଟ ୱାର୍କିଂ ଗ୍ରୁପ୍ ଏୟାର ସିଷ୍ଟମ ଅନ୍ତର୍ଗତ ଏୟାର-ଲଂଚଡ ଅନମ୍ୟାନ୍‌ଡ ଏରିଏଲ୍ ଭେଇକିଲ୍ ପାଇଁ ପ୍ରଥମ ପ୍ରକଳ୍ପ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଡିଟିଟିଆଇ ପାଇଁ ଏକ ବଡ଼ ସଫଳତା।

ଡିଟିଟିଆଇ ଗ୍ରୁପ୍ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଯୁକ୍ତିର ବିକାଶ କରିବା ନିମନ୍ତେ ଆମେରିକା ଓ ଭାରତର ଉଦ୍ୟୋଗ ଗୁଡ଼ିକୁ ପୁନଶ୍ଚ ପ୍ରୋତ୍ସାହିତ କରିବା ପାଇଁ, ଡିଫେନ୍ସ ଇଣ୍ଡଷ୍ଟ୍ରି କୋଲାବୋରେସନ ଫୋରମ୍ (ଡିଆଇସିଏଫ୍‌) ଭର୍ଚୁଆଲ୍ ଏକ୍ସପୋ ନଭେମ୍ବର ୮ ତାରିଖ ୨୦୨୧ ରେ ଅନୁଷ୍ଠିତ ହୋଇଥିଲା। ଏହି ଡିଆଇସିଏଫ୍ କୁ ଆମନ୍ତ୍ରିତ କରଥିଲେ ଅନୁରାଗ ବାଜପାଇ, ଯୁଗ୍ମ ସଚିବ (ପ୍ରତିରକ୍ଷା ଉଦ୍ୟୋଗ ପ୍ରସାର) ଓ ଉଦ୍ୟୋଗ ନୀତି ପାଇଁ ପ୍ରତିରକ୍ଷାର ଡେପୁଟି ଆସିଷ୍ଟାଂଟ ସେକ୍ରେଟାରି ଏବଂ ଜେସି ସାଲାଜର। ଏହି ଫୋରମ୍ ଭାରତ ଓ ଆମେରିକାର ଉଦ୍ୟୋଗମାନଙ୍କୁ ଡିଟିଟିଆଇ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହେବା ପାଇଁ ସୁଯୋଗ ପ୍ରଦାନ କରୁଛି ଓ ଔଦ୍ୟୋଗିକ ସହବନ୍ଧନ ନିମନ୍ତେ ଉଭୟ ସରକାର ଓ ଉଦ୍ୟୋଗ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରୁଛି। ଏହି ଆଲୋଚନାର ଫଳାଫଳକୁ ଡିଟିଟିଆଇ ଗ୍ରୁପ କୋ-ଚେୟାରଙ୍କୁ ଅବଗତ କରାଯାଇଛି।

ଭର୍ଚୁଆଲ୍ ବୈଠକ ଭାରତ ଯୁକ୍ତରାଷ୍ଟ୍ର ଆମେରିକା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Latest News

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.