Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଉପରେ ଜାତୀୟ ୱେବିନାର
ଆଜିର ଖବର

ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଉପରେ ଜାତୀୟ ୱେବିନାର

November 14, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭଗବାନ ବିର୍ସା ମୁଣ୍ଡା
ଜନଜାତୀୟ ଗୌରବ ଦିବସ: ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ଵର: ସାରା ଦେଶର ଜନଜାତି ସମୁଦାୟଙ୍କ ପାଇଁ ‘ଭଗବାନ’ ମାନ୍ୟତା ପାଇଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଭାରତ ସରକାର ‘ଜନଜାତି ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଘୋଷଣା କରିଛନ୍ତି। ସାରା ଦେଶ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରୁଥିବା ସମୟରେ, ଦେଶର ବିଭିନ୍ନ କୋଣ ଅନୁକୋଣରେ ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୋଧରେ ସାହସର ସହିତ ସଂଗ୍ରାମ କରି ନିଜର ପ୍ରାଣବଳୀ ଦେଇଥିବା ବହୁ ଆଦିବାସୀ ନେତା ଓ ସଂଗ୍ରାମୀମାନଙ୍କର ମଧ୍ୟ ସ୍ମୃତିଚାରଣ କରାଯାଉଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯିବା ଏହି ପୂଜନୀୟ ଆଦିବାସୀ ନେତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଦେଶର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପରାକ୍ରମ, ଆତିଥେୟ ଓ ଜାତୀୟ ଗୌରବ ଭଳି ଭାରତୀୟ ମୂଲ୍ୟବୋଧର ପ୍ରୋତ୍ସାହନ ଦିଗରେ ଜନଜାତି ସମୁଦାୟଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିଥାଏ।

ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଓ ପ୍ରାଣବଳୀ ଦେଇଥିବା ଅନାଲୋଚିତ ମହାନ ଜନଜାତି ନାୟକମାନଙ୍କ ସ୍ମୃତିଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯିବ। ଏହି ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଆଜାଦୀ କା ଅମୃତ ମହୋତ୍ସବର ସ୍ମରଣୀୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଜନଜାତି ଲୋକ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ପାଳନ କରିବା ଲାଗି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୫ରୁ ୨୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି। ଏହି ସମାରୋହର ଅଂଶବିଶେଷ ସ୍ୱରୂପ, ୱେବିନାର, ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହାକି ଅଭିନବ ଜନଜାତି ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନଜାତି ମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଆଇକନିକ ସପ୍ତାହ ପାଳନର ଅଂଶବିଶେଷ ସ୍ୱରୂପ, “ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଯୋଗଦାନ” ସମ୍ପର୍କରେ ଏକ ଜାତୀୟ ୱେବିନାର (ଭର୍ଚୁଆଲ ମାଧ୍ୟମ) ନଭେମ୍ବର ୧୫ ତାରିଖ ଆୟୋଜନ କରାଯିବ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ଅଧୀନ ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା) ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି ୱେବିନାର ଆୟୋଜନ କରାଯାଉଛି।

ୱେବିନାରର ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା,  ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ନଭଲଜୀତ୍ କପୁର, ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା)ର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡକ୍ଟର ଏ.ବି ଓତା ପ୍ରମୁଖ ଯୋଗ ଦେବେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ବିଜୟ ଏସ ସହାୟ ଉଦଘାଟନୀ ଅଧିବେଶନରେ ‘ଭଗବାନ ବିର୍ସା ମୁଣ୍ଡା ସଂସ୍କୃତିର ନିର୍ମାଣ : ଚାଷୀ ଆନ୍ଦୋଳନରୁ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ଜଣେ ଜନଜାତି ମହାନାୟକଙ୍କ ଯାତ୍ରା’ ଶୀର୍ଷକ ବିଷୟବସ୍ତୁ ଉପରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ।

ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ସୁମହନ ବନ୍ଦୋପାଧ୍ୟାୟ, ଝାଡ଼ଖଣ୍ଡ ରାଞ୍ଚି ଠାରେ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଞ୍ଜଲ ଇକିର ମୁଣ୍ଡା, ରାଞ୍ଚିସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ସତ୍ୟ ନାରାୟଣ ମୁଣ୍ଡାଙ୍କ ଭଳି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶିକ୍ଷାବିତ ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିବେ।

ଏହି ୱେବିନାରରେ ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ଗବେଷକ, କର୍ମୀ, ଜନଜାତି ବିକାଶ ସଂସ୍ଥାନ (ଟିଆରଆଇ) ଓ ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ।

ଜାତୀୟ ୱେବିନାର ନଭେମ୍ବର ୧୫ ତାରିଖ ବିର୍ସା ମୁଣ୍ଡା ଭାରତ ସ୍ୱାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.