Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳିତ
ଆଜିର ଖବର

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳିତ

November 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି। ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌-୧୯ ଅଧିକ ଆକ୍ରାନ୍ତ କରୁଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ଏହି ରୋଗୀମାନେ ଅଧିକ ମାତ୍ରାରେ ଗୁରୁତର ହୋଇପଡୁଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ସମୟରେ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯୋଗୁଁ ସେମାନେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପଡୁଥିବା ବେଳେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ପୂର୍ବରୁ ମଧୁମେହ ନ ଥିବା ବ୍ୟକ୍ତିମାନଙ୍କୁ ଏହି ବ୍ୟାଧି ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୋଭିଡ୍ ଓ ମଧୁମେହ ଉଭୟ ଗୋଟିଏ ଖଣ୍ଡାର ଦୁଇଟି ଧାର ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅଭୟ କୁମାର ସାହୁ। ସମ୍ ହସ୍ପିଟାଲ୍‌ରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଡାକ୍ତର ସାହୁ।

ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ ଆକ୍ସେସ୍ ଟୁ ଡାଏବେଟିସ୍ କେୟାର”  ଅର୍ଥାତ୍ ସମସ୍ତଙ୍କୁ ମଧୁମେହର ଚିକିତ୍ସା ଓ ଯତ୍ନଲବ୍ଧ ହେବା ଆବଶ୍ୟକ। ବର୍ତ୍ତମାନ ସହରାଂଚଳରେ ୧୧ ରୁ ୧୨ ପ୍ରତିଶତ ଲୋକଙ୍କୁ ମଧୁମେହ ରୋଗ ଗ୍ରାସ କରୁଥିବା ବେଳେ ଗ୍ରାମାଂଚଳରେ ୮ ରୁ ୧୫ ପ୍ରତିଶତ ଲୋକଙ୍କୁ ମଧୁମେହ ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ ସହରାଂଚଳ ଲୋକ ଚିକିତ୍ସା ପାଇପାରୁଛନ୍ତି ଗ୍ରାମାଂଚଳ ଲୋକଙ୍କ ପାଇଁ ଏହା କଷ୍ଟକର ହେଉଛି। ତେଣୁ ସମସ୍ତଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅବସରରେ ସମ୍ ହସ୍ପିଟାଲ୍ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବର୍ଷ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିବା ବେଳେ ୱାକାଥନ୍‌, ର‌୍ୟାଲି, ପଥପ୍ରାନ୍ତ ନାଟକ ଓ ମାଗଣା ଚିକିତ୍ସା ଶିବିର ଜରିଆରେ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଇଥାଏ। ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତ୍ତା ଦେବା ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଭାନୁ କନ୍‌ୱର କହିଛନ୍ତି ଇନ୍‌ସୁଲିନ୍‌ର ଉଦ୍‌ଭାବନ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି। ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ଦିଗରେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ, ଡାକ୍ତର ସ୍ୱୟଂସିଦ୍ଧ ମଙ୍ଗରାଜ, ଡିଏମ୍  ରେସିଡେଂଟ ଡାକ୍ତର ଅଙ୍କିତ ମଙ୍ଗଲୁନିଆ, ଡାକ୍ତର ଯଶପ୍ରୀତ ସିଂହ, ଡାକ୍ତର ପୂଜା ଜଦ୍ଧାୱ, ଡାକ୍ତର ଏସ୍‌.ଏଲ୍ ଶ୍ରବ୍ୟ, ସିନିୟର ଡାଏଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ଡାଏଟିସିଆନ୍ ତନୟା ବରାଳ, ଫିଜିଓଥେରାପିଷ୍ଟସ୍ ଡାକ୍ତର ଅରବିନ୍ଦ ରଥ, ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସ, ଡିଜିଏମ୍ (ଅପରେସନ୍‌) ପୁଷ୍ପାଞ୍ଜଳୀ ରାଉତ, ଜୁନିଅର୍ ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେଟର୍ ଶଶିଭୂଷଣ ଗିରି ଓ ପ୍ରଭାତ କୁମାର ନାୟକଙ୍କ ସମେତ ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଅନେକ ମଧୁମେହ ରୋଗୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

କୋଭିଡ୍ ବିଶ୍ୱ ମଧୁମେହ ଦିବସ ମଧୁମେହ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.