
କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ସେକିଛି କର୍ମୀଙ୍କ ଦଳରେ ସାମିଲ ହେବା ନେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କର୍ମୀମାନେ ମୋ ସହ ର୍ଦୁବ୍ୟବହାର କରିଥିଲେ ସେମାନଙ୍କୁ ଦଳରେ ପୁଣି ସାମିଲ କରାଯିବା ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରି ଗତକାଲି ଟ୍ବିଟ୍ କରିଥିଲେ ପ୍ରିୟଙ୍କା। ଗତକାଲି ପ୍ରିୟଙ୍କା ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଜ ଟ୍ବିଟ୍ଟରୀ ବାୟୋରୁ ଏଆଇସିସି ହଟାଇବା ପରେ ଏହାକୁ ନେଇ ଆଶଙ୍କା ବଢିଥିଲା। ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ କିଛି ଗୁଣ୍ଡାଙ୍କୁ ଟିକଟ ଦିଆଯିବା ପ୍ରତିବାଦରେ ଦଲ ଛାଡିଛନ୍ତି ପ୍ରିୟଙ୍କା। ଏହା ସହିତ ଟ୍ବିଟ୍ଟରରେ ଦଳୀୟ ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା।