Categories
ଆଜିର ଖବର

ଜେଡିଏସ୍‌ ସଭାପତି ଏଚ୍‌ ବିଶ୍ବନାଥଙ୍କ ଇସ୍ତଫା

ଜେଡିଏସ୍‌ କର୍ଣ୍ଣାଟକ ରାଜ୍ୟ ସଭାପତି ଏଚ୍‌ ବିଶ୍ବନାଥ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ମଙ୍ଗଳବାର ନିଜ ଇସ୍ତଫା ପତ୍ରରେ ସହଯୋଗୀ ଦଳ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦୋଷାରୋପ କରିଛନ୍ତି ବିଶ୍ବନାଥ। ଇସ୍ତଫା ପ୍ରଦାନ ପରେ ଦଳୀୟ ସଭାପତି ଏଚ୍‌ଡି ଦେବେଗୌଡାଙ୍କ ପରାଜୟ ପାଇଁ କଂଗ୍ରେସ ନେତାଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଏବଂ ଜେଡିଏସ୍‌ କୋ ଅର୍ଡିନେଟ୍‌ ଟିମ୍‌ ଗଠନ କରିଥିଲେ ମଧ୍ୟ ଉଭୟ ଟିମ୍‌ ମଧ୍ୟରେ ସଠିକ୍‌ ସମ୍ପର୍କ ସ୍ଥାପନ ହୋଇ ପାରିନଥିଲା ଫଳରେ ଦଳ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିଲା। ନିଜ ଦଳୀୟ ସଦସ୍ୟଙ୍କୁ ମଧ୍ୟ ସମାଲୋଚନା କରିଥିଲେ ବିଶ୍ବନାଥ। କଂଗ୍ରେସ ଏପରି ମନୋମୁଖୀ କାର୍ଯ୍ୟ କରୁଥିଲେ ମଧ୍ୟ ଉଭୟ କୁମାରସ୍ବାମୀ ଏବଂ ଦେବେଗୌଡା ନୀରବଦ୍ରଷ୍ଟା ସାଜିଥିଲେ ଯାହାକି ଦଳର ପରାଜୟର ମୁଖ୍ୟ କାରଣ ରହିଥିଲା। ସେହିପରି ଦେବେଗୌଡାଙ୍କ ନାତି ନିଖିଲ ଗୌଡାଙ୍କ ପରାଜୟ ସମ୍ପର୍କରେ ମତ ଦେଇ କହିଥିଲେ, ନିଖିଲଙ୍କ କିଛି ବିବାଦୀୟ ମନ୍ତବ୍ୟ ଏବଂ କଂଗ୍ରେସ ନେତାଙ୍କ ଅସହଯୋଗ ଯୋଗୁଁ ମାଣ୍ଡ୍ୟାରେ ମଧ୍ୟ ଦଳ ପରାଜୟ ବରଣ କଲା।

Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ୍‌ ଜାଖଡା

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରୁ ଇସ୍ତଫା ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନୀଲ୍‌ ଜାଖଡ୍‌ ଓ ପ୍ରଭାରୀ ଆଶା କୁମାରୀ ଇସ୍ତଫା ଦେଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଞ୍ଜାବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ସୁନୀଲ୍‌ ଜାଖଡ୍‌ ଗୁରୁଦାସପୁର ଆସନରୁ ବିଜେପି ନେତା ଅଭିନେତା ସନ୍ନି ଦେଓଲଙ୍କଠାରୁ ପରାଜୟ ଗ୍ରହଣ କରିଛନ୍ତି। ପଞ୍ଜାବର ୧୩ଟି ଲୋକସଭା ଆସନରୁ କଂଗ୍ରେସ ୮ଟି ଆସନ ଜିତିଛି। ଆଜି ସକାଳେ ଝାରଖଣ୍ଡର କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର୍‌ ଓ ଆମେଠିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ସମେତ କେତେକ ନେତାମାନେ ଦଳର ପରାଜୟ କାରଣକୁ ନିଜ ଉପରେ ନେଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ଓଡ଼ିଶାର କଂଗ୍ରେସ ସମିତି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ଏଚ କେ ପାଟିଲ୍‌ଙ୍କ ସମେତ ଅନ୍ୟ କିଛି ଛୋଟବଡ଼ ନେତାମନେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ ନିର୍ଦ୍ଦେଶକ ପଦରୁ ନାସିମ ଜାଇଦିଙ୍କ ଇସ୍ତଫା

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍‌ ଏୟାରଓ୍ବେଜ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା ନାସିମ ଜାଇଦି ଗତବର୍ଷ ଅଗଷ୍ଟରେ ଜେଟ ଏୟାରଓ୍ବେଜ୍‌ର ଅଣଲାଭଦାୟକ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପ୍ରିଲ୍‌ ୨୧ରୁ ବ୍ୟକ୍ତିଗତ କାରଣରୁ ନିଜର ଇସ୍ତଫା ପ୍ରଦାନ କରିଥିବା ବେଳେ ଜେଟ ଏୟାରଓ୍ବେଜ୍‌ ପକ୍ଷରୁ ସୋମବାର ଏହି ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର

କଂଗ୍ରେସ ଛାଡିଲେ ପ୍ରିୟଙ୍କା ଚତୁର୍ବେଦୀ

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ସେକିଛି କର୍ମୀଙ୍କ ଦଳରେ ସାମିଲ ହେବା ନେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କର୍ମୀମାନେ ମୋ ସହ ର୍ଦୁବ୍ୟବହାର କରିଥିଲେ ସେମାନଙ୍କୁ ଦଳରେ ପୁଣି ସାମିଲ କରାଯିବା ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରି ଗତକାଲି ଟ୍ବିଟ୍‌ କରିଥିଲେ ପ୍ରିୟଙ୍କା। ଗତକାଲି ପ୍ରିୟଙ୍କା ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଜ ଟ୍ବିଟ୍ଟରୀ ବାୟୋରୁ ଏଆଇସିସି ହଟାଇବା ପରେ ଏହାକୁ ନେଇ ଆଶଙ୍କା ବଢିଥିଲା। ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ କିଛି ଗୁଣ୍ଡାଙ୍କୁ ଟିକଟ ଦିଆଯିବା ପ୍ରତିବାଦରେ ଦଲ ଛାଡିଛନ୍ତି ପ୍ରିୟଙ୍କା। ଏହା ସହିତ ଟ୍ବିଟ୍ଟରରେ ଦଳୀୟ ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା।

Categories
ଆଜିର ଖବର

ସିଆଇସି କମିଟିରୁ ରାଜୁ କୁଲ୍‌କର୍ଣ୍ଣୀଙ୍କ ଇସ୍ତଫା

ପୂର୍ବତନ ଭାରତୀୟ ପେସ୍‌ ବୋଲର ରାଜୁ କୁଲକର୍ଣ୍ଣୀ ମୁମ୍ବାଇ କ୍ରିକେଟ ସଂଘ(ଏମ୍‌ସିଏ)ର କ୍ରିକେଟ ଉପଦେଷ୍ଟା କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମ୍‌ସିଏର ଆଡ୍‌ ହକ୍‌ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ରାଜୁ କହିଛନ୍ତି କ୍ରିକେଟ ସିଜିନ୍‌ ଅଧାରୁ ଅବସର ନେଇ ମୁଁ ମୁମ୍ବାଇ ଦଳକୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ। କୁଲକର୍ଣ୍ଣୀଙ୍କ ଇସ୍ତଫା ପରେ ପୂର୍ବତନ ଅଫ ସ୍ପିନର କିରଣ ମୋକାସି ବର୍ତ୍ତମାନ ଏକମାତ୍ର ସଦସ୍ୟ ଭାବରେ ଏହି ଟିମ୍‌ରେ ରହିଛନ୍ତି। ସିଇସି କମିଟିରୁ ପୂର୍ବରୁ ତିନି ସଦସ୍ୟ ଇସ୍ତଫା ପ୍ରଦାନ କରି ସାରିଥିଲେ। କର୍ଷଣ ଘାବ୍ରି ଜାନୁୟାରୀ ମାସରେ ଇସ୍ତଫା ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧିନାୟକ ଆମୋଲ ମଜୁମଦାର ଏବଂ ଓପ୍‌ନର ସାହିଲ କୁକ୍ରେଜା ମନୋନୟନ କମିଟି ସହିତ ମନୋମାଳିନ୍ୟ ଯୋଗୁଁ ଗତ ମାସରେ ଇସ୍ତଫା ପ୍ରଦାନ କରିଥିଲେ। ଆସନ୍ତା ମାସରେ ମୁମ୍ବାଇ ଟି-୨୦ ଲିଗ୍‌ ଆରମ୍ଭ ହେବାକୁ ଥିବା ବେଳେ ଏମ୍‌ସିଏ ଏହାକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବନ୍ଦ ରଖିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ହାତ ଛାଡ଼ିଲେ ସୋନାଲି, ଟିକେଟ ବଣ୍ଟନ ନେଇ ତେଜୁଛି ଅସନ୍ତୋଷ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଲାଣି। ଏଭଳି ସମୟରେ ରାଜ୍ୟରେ କଂଗ୍ରେସର ଅବସ୍ଥା ବେଶ୍‌ ସଂକଟାପନ୍ନ ମନେ ହେଉଛି। ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ସର୍ବସାଧାରଣରେ। କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ଥିବା ହେତୁ ସେ ଦଳରୁ ଇସ୍ତଫା ଦେଇଥିବା ଶୁଣାଯାଉଛି। ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ପରିସ୍ଥିତି ବେଶ୍‌ ଅଡୁଆ ହୋଇଛି। କିଛିଦିନ ପୂର୍ବେ ଦଳର ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରି ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବାସ୍ଥଳେ ବର୍ତ୍ତମାନ ଆଉ ଜଣେ ନେତ୍ରୀ ସୋନାଲି ସାହୁ ଦଳ ଛାଡିଛନ୍ତି।  ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା। ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ କି, ଟିକେଟ ବଣ୍ଟନକୁ ନେଇ କଂଗ୍ରେସର ଅନେକ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଥିଲେ। କିଛି ନେତା ଟିକେଟ ପାଇ ମଧ୍ୟ ଫେରାଇ ଦେଇଥିଲେ। ଗତକାଲି ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ତାଙ୍କ ପସନ୍ଦର ଜଣେ ବି ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନାହିଁ ବୋଲି ମଧ୍ୟ କହିଥିଲେ।

Categories
ଆଜିର ଖବର

ହାତ ଛାଡିଲେ ସୁମିତ୍ରା ଜେନା

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି। ଯେଉଁମାନେ କଂଗ୍ରେସରେ ପତାକା ଧରିନାହାନ୍ତି, ସେମାନଙ୍କୁ ପିସିସି ସଭାପତି ଟିକେଟ ଦେଇଛନ୍ତି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ,ଯେଉଁମାନଙ୍କର ପ୍ରଚୁର ପଇସା ଅଛି, ଯେଉଁ ମହିଳାମାନେ ସୁନା ମଣ୍ଡି ହୋଇ ଆସୁଛନ୍ତି, ଯେଉଁମାନଙ୍କ ଚେହେରାରେ ସୌନ୍ଦର୍ଯ୍ୟ ଅଛି ଓ ଯାହାର ୧୦ରୁ ୧୨ଟି ମଦ ଦୋକାନ ଅଛି ସେମାନଙ୍କୁ ଟିକେଟ ଦିଆଯାଇଛି।” ପିସିସି ସଭାପତିଙ୍କ ମନମୁଖୀ ଶାସନ ପାଇଁ କଂଗ୍ରେସ ଛାଡ଼ିଛନ୍ତି ବୋଲି କହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ – ବିଧାୟକ ରବି ନାରାୟଣ ପାଣି

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି। ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ରବି ପାଣି ଏଥର ପାଲଲହଡ଼ାରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ଦଳ ସୁକେଶ ପାଲ୍‌ଙ୍କୁ ପାଲଲହଡ଼ାରୁ ପ୍ରାର୍ଥୀ କରିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ବିଜେଡିରୁ ଇସ୍ତଫା

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେଡି ସଦସ୍ୟ ପଦରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫାପତ୍ରରେ ନିଜ ପ୍ରତି ହୋଇଥିବା ଅବିଚାର ପାଇଁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ଶ୍ରୀ ମଲ୍ଲିକ। ସୂଚନାଯୋଗ୍ୟ ଯେ, ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦେବା ସହିତ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡି ବିଧାୟକ ଟିକଟ ପାଇଥିବା ତୁଷାରକାନ୍ତି ବେହେରା ବିଜେଡିରେ ଯୋଗଦାନ କରିଥିଲେ।

Categories
ଆଜିର ଖବର

ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଶ୍ରୀ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଜିଲ୍ଲା ସଭାପତି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ନିଜର ଇସ୍ତଫାପତ୍ର ଶ୍ରୀ ଭଞ୍ଜଦେଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବାକୁ ବିରାେଧ କରି ନିଜର ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ଦଳରେ ବିଶୃଙ୍ଖଳା ଅନେକ ଦିନରୁ ରହିଛି ଏବଂ ପୁରାତନ ନେତାଙ୍କୁ ଅଣଦେଖା କରାଯିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତିନିତିନି ଥର ନିର୍ବାଚନ ହାରିଥିବା ନେତାଙ୍କୁ ଟିକଟ ଦିଆଯିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ପ୍ରଦାନ କରିଛନ୍ତି।

Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପି. ସୁଧାକର ରେଡ୍ଡି, କଂଗ୍ରେସରେ ପଇସା ବଦଳରେ ଟିକେଟ ମିଳୁଛି ବୋଲି ଅଭିଯୋଗ କଲେ

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍‌କା ଲାଗିଛି। ୧୦ ଏମଏଲ୍‌ଏ ଟିଆରଏସ୍‌ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ପି. ସୁଧାକର ରେଡ୍ଡି ଆଜି ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ତେଲେଙ୍ଗାନା ବିଧାନ ପରିଷଦର ପୂର୍ବ ସଦସ୍ୟ ସୁଧାକର ରେଡ୍ଡି ପରିଷଦର ସଦସ୍ୟ ରୂପେ ନିଜ କାର୍ଯ୍ୟକାଳ ସମାପ୍ତ ହେବାର ଦୁଇ ଦିନ ପରେ ଏହି ନିର୍ଣ୍ଣୟ ନେଇଛନ୍ତି। ସେ ରାଜ୍ୟର ନେତାମାନଙ୍କର କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବାବେଳେ ­ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି ବୋଲି କହିଛନ୍ତି ସୁଧାକର। ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି ସୁଧାକର। “କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ କର୍ମୀଙ୍କ ପାଖରୁ ଟଙ୍କା ଆଦାୟ କରି ବ୍ୟବସାୟ ଉପରେ ଅଧିକ ଗୁରୁତ୍ବ ଦେଉଛି। ଏହାକୁ ନେଇ ସେ ବେଶ୍‌ ମର୍ମାହତ ହୋଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର

ବିଜେଡ଼ି ଛାଡ଼ିଲେ ରଘୁନାଥ ମହାନ୍ତି, କାଲି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ

ବିଜେଡ଼ି  ଛାଡ଼ିଲେ ରଘୁନାଥ ମହାନ୍ତି।  ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ପଥ ଭ୍ରଷ୍ଟ ହୋଇଯାଇଛି, କିଛି ନ୍ୟସ୍ତ ସ୍ବାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପ୍ରଭାବିତ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରିଛି ବୋଲି କହିଛନ୍ତି ରଘୁନାଥ। ତେବେ ସେ ନିର୍ବାଚନ ଲଢିବା ନ ଲଢିବା ନେଇ କୌଣସି ସୂଚନା ଦେଇନାହାନ୍ତି।

 

Categories
ଆଜିର ଖବର

ବିଜେଡ଼ିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ

ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି ।  ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍‌ ୮ଥର ସାଂସଦ ରହିଛନ୍ତି ।  ଏଥର ତାଙ୍କୁ ଟିକେଟ୍‌ ଦିଆଯାଇନାହିଁ । ଅର୍ଜୁନ୍‌ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲିଯାଇଛି । ବିଜେଡିର ପ୍ରାର୍ଥୀ ଚୟନରେ ଅନିୟମିତତା ଦେଖାଯାଉଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ୍‌ ।

Categories
ଆଜିର ଖବର

ବିଜେଡ଼ିରୁ ଇସ୍ତଫା ଦେଲେ କୁସୁମ ଟେଟେ

ଟିକେଟ୍ ନ ପାଇବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ। ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ ଯୋଗେଶ ସିଂହଙ୍କୁ ଟିକେଟ୍ ଦେଇଛି। ଯୋଗେଶ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ଯୋଗେଶ ସିଂହଙ୍କଠାରୁ ୧୨,୫୮୪ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ ଯୋଗେଶ ୬୬,୧୩୮ଟି ଭୋଟ୍ ପାଇଥିବା ବେଳେ କୁସୁମ ୫୩,୫୫୪ଟି ଭୋଟ୍ ପାଇଥିଲେ।