ବିଜେଡ଼ିରୁ ଇସ୍ତଫା ଦେଲେ କୁସୁମ ଟେଟେ

Published: Mar 19, 2019, 12:34 pm IST

ଟିକେଟ୍ ନ ପାଇବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ। ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ ଯୋଗେଶ ସିଂହଙ୍କୁ ଟିକେଟ୍ ଦେଇଛି। ଯୋଗେଶ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ଯୋଗେଶ ସିଂହଙ୍କଠାରୁ ୧୨,୫୮୪ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ ଯୋଗେଶ ୬୬,୧୩୮ଟି ଭୋଟ୍ ପାଇଥିବା ବେଳେ କୁସୁମ ୫୩,୫୫୪ଟି ଭୋଟ୍ ପାଇଥିଲେ।

Related posts