ସିଆଇସି କମିଟିରୁ ରାଜୁ କୁଲ୍‌କର୍ଣ୍ଣୀଙ୍କ ଇସ୍ତଫା

Published: Apr 11, 2019, 3:36 pm IST
RAJU KULKARNI RESIGNS FROM CEC

ପୂର୍ବତନ ଭାରତୀୟ ପେସ୍‌ ବୋଲର ରାଜୁ କୁଲକର୍ଣ୍ଣୀ ମୁମ୍ବାଇ କ୍ରିକେଟ ସଂଘ(ଏମ୍‌ସିଏ)ର କ୍ରିକେଟ ଉପଦେଷ୍ଟା କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମ୍‌ସିଏର ଆଡ୍‌ ହକ୍‌ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ରାଜୁ କହିଛନ୍ତି କ୍ରିକେଟ ସିଜିନ୍‌ ଅଧାରୁ ଅବସର ନେଇ ମୁଁ ମୁମ୍ବାଇ ଦଳକୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ। କୁଲକର୍ଣ୍ଣୀଙ୍କ ଇସ୍ତଫା ପରେ ପୂର୍ବତନ ଅଫ ସ୍ପିନର କିରଣ ମୋକାସି ବର୍ତ୍ତମାନ ଏକମାତ୍ର ସଦସ୍ୟ ଭାବରେ ଏହି ଟିମ୍‌ରେ ରହିଛନ୍ତି। ସିଇସି କମିଟିରୁ ପୂର୍ବରୁ ତିନି ସଦସ୍ୟ ଇସ୍ତଫା ପ୍ରଦାନ କରି ସାରିଥିଲେ। କର୍ଷଣ ଘାବ୍ରି ଜାନୁୟାରୀ ମାସରେ ଇସ୍ତଫା ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧିନାୟକ ଆମୋଲ ମଜୁମଦାର ଏବଂ ଓପ୍‌ନର ସାହିଲ କୁକ୍ରେଜା ମନୋନୟନ କମିଟି ସହିତ ମନୋମାଳିନ୍ୟ ଯୋଗୁଁ ଗତ ମାସରେ ଇସ୍ତଫା ପ୍ରଦାନ କରିଥିଲେ। ଆସନ୍ତା ମାସରେ ମୁମ୍ବାଇ ଟି-୨୦ ଲିଗ୍‌ ଆରମ୍ଭ ହେବାକୁ ଥିବା ବେଳେ ଏମ୍‌ସିଏ ଏହାକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବନ୍ଦ ରଖିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts