ଜେଡିଏସ୍‌ ସଭାପତି ଏଚ୍‌ ବିଶ୍ବନାଥଙ୍କ ଇସ୍ତଫା

Published: Jun 4, 2019, 2:00 pm IST
Vishwanath resigns as JD(S) party president

ଜେଡିଏସ୍‌ କର୍ଣ୍ଣାଟକ ରାଜ୍ୟ ସଭାପତି ଏଚ୍‌ ବିଶ୍ବନାଥ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ମଙ୍ଗଳବାର ନିଜ ଇସ୍ତଫା ପତ୍ରରେ ସହଯୋଗୀ ଦଳ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦୋଷାରୋପ କରିଛନ୍ତି ବିଶ୍ବନାଥ। ଇସ୍ତଫା ପ୍ରଦାନ ପରେ ଦଳୀୟ ସଭାପତି ଏଚ୍‌ଡି ଦେବେଗୌଡାଙ୍କ ପରାଜୟ ପାଇଁ କଂଗ୍ରେସ ନେତାଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଏବଂ ଜେଡିଏସ୍‌ କୋ ଅର୍ଡିନେଟ୍‌ ଟିମ୍‌ ଗଠନ କରିଥିଲେ ମଧ୍ୟ ଉଭୟ ଟିମ୍‌ ମଧ୍ୟରେ ସଠିକ୍‌ ସମ୍ପର୍କ ସ୍ଥାପନ ହୋଇ ପାରିନଥିଲା ଫଳରେ ଦଳ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିଲା। ନିଜ ଦଳୀୟ ସଦସ୍ୟଙ୍କୁ ମଧ୍ୟ ସମାଲୋଚନା କରିଥିଲେ ବିଶ୍ବନାଥ। କଂଗ୍ରେସ ଏପରି ମନୋମୁଖୀ କାର୍ଯ୍ୟ କରୁଥିଲେ ମଧ୍ୟ ଉଭୟ କୁମାରସ୍ବାମୀ ଏବଂ ଦେବେଗୌଡା ନୀରବଦ୍ରଷ୍ଟା ସାଜିଥିଲେ ଯାହାକି ଦଳର ପରାଜୟର ମୁଖ୍ୟ କାରଣ ରହିଥିଲା। ସେହିପରି ଦେବେଗୌଡାଙ୍କ ନାତି ନିଖିଲ ଗୌଡାଙ୍କ ପରାଜୟ ସମ୍ପର୍କରେ ମତ ଦେଇ କହିଥିଲେ, ନିଖିଲଙ୍କ କିଛି ବିବାଦୀୟ ମନ୍ତବ୍ୟ ଏବଂ କଂଗ୍ରେସ ନେତାଙ୍କ ଅସହଯୋଗ ଯୋଗୁଁ ମାଣ୍ଡ୍ୟାରେ ମଧ୍ୟ ଦଳ ପରାଜୟ ବରଣ କଲା।

Related posts