ସୀମା ବିବାଦ ସମାଧାନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପଦଯାତ୍ରା

Published: Nov 15, 2021, 9:12 pm IST

ଭୁବନେଶ୍ୱର: ଓଡ଼ିଶାର ଦକ୍ଷିଣାଞ୍ଚଳରେ ଥିବା ଆନ୍ଧ୍ର ପାଶ୍ୱର୍ବର୍ତ୍ତୀ ସୀମାନ୍ତ ଗ୍ରାମ, ନଦୀ, ପାହାଡ଼, ଜଙ୍ଗଲକୁ ଆନ୍ଧ୍ରର ଜବରଦସ୍ତ ଦଖଲ ପାଇଁ ନାନା ପ୍ରକାର ଅପକୌଶଳରୁ ଆନ୍ଧ୍ର ସରକାରଙ୍କୁ କ୍ଷାନ୍ତ କରିବା ପାଇଁ ତଥା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ଉଦ୍ଦେଶ୍ୟରେ ଏବଂ ଦୁଇ ରାଜ୍ୟ ଭିତରେ ଭାଇଚାରା ସୃଷ୍ଟି କରିବା ପାଇଁ ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ଆରମ୍ଭ କରି ନଭେମ୍ବର ୮ ତାରିଖରେ ଆନ୍ଧ୍ରର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଓ ବିରୋଧୀ ଦଳର ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଭୁବନେଶ୍ୱରରୁ ଅମରାବତୀ ୮୦୦ କିଲୋମିଟର ରାସ୍ତା ୩୮ ଦିନର ପଦଯାତ୍ରା କରି ମୁକ୍ତିକାନ୍ତ ଆନ୍ଧ୍ରପ୍ରଦେଶର ଜନଗଣଙ୍କ ମନରେ ଏକ ଭାଇଚାରାର ବାତାବରଣ ସୃଷ୍ଟି କରିଥିଲେ।

ଗତକାଲି ଲୋହିଆ ଏକାଡ଼େମୀଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ୱୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ନିଳମାଧବ ସାହୁ, ଶଶାଙ୍କ ମହାନ୍ତି, ଗୋପାଳ ଜେନା, ସୁଜିତ ସାମଲ, ଶତ୍ରୁଜିତ ସାମଲ, ମନୋଜ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

Related posts