Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା
ଆଜିର ଖବର

ପ୍ରଦୂଷଣ ଯୋଗୁଁ ବହୁଳ ମାତ୍ରାରେ ବଢ଼ୁଛି ସିଓପିଡି ସମସ୍ୟା

November 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ତମାନ ଲକଡାଉନ୍ ଘୋଷଣା କରିବାର ପରିସ୍ଥିତି ଉପୁଜିଥିବା ବେଳେ କ୍ରନିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୁନାରୀ ଡିଜିଜ୍ (ସିଓପିଡି) ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସ୍ୱଚ୍ଛ ବାୟୁ ମିଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବା ବେଳେ ସିଓପିଡି ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ ସେମାନେ ଶ୍ୱାସ ପ୍ରଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ବଡ ପଦକ୍ଷେପ ନେବା ଜରୁରୀ ବୋଲି ବିଶ୍ୱ ସିଓପିଡି ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସିଓପିଡି ଏକ ସାଧାରଣ ରୋଗ ଏବଂ ଏହାର ଚିକିତ୍ସା ଓ ନିରାକରଣ ମଧ୍ୟ କରାଯାଇପାରିବ। ଫୁସ୍‌ଫୁସ୍‌ରେ ସମସ୍ୟା ସୃଷ୍ଟି ହେଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ, ଏହାକୁ ହିଁ ସିଓପିଡି କୁହାଯାଏ। ଧୂଳି, ଧୂଆଁ ଓ ଧୂମ୍ରପାନ ହେଉଛି ସିଓପିଡିର ମୁଖ୍ୟ କାରଣ। ସେହିପରି ଗରୀବ ଶ୍ରେଣୀର ମହିଳାମାନେ ରୋଷେଇ ଘର ଚୁଲିରୁ ବାହାରୁ ଥିବା ଧୂଆଁ ଯୋଗୁଁ ସିଓପିଡି ସମସ୍ୟାର ଶିକାର ହୋଇଥାନ୍ତି ବୋଲି ସମ୍‌ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି।

ପ୍ରଫେସର ଜେନା କହିଛନ୍ତି ଯେ, ମୁଖ୍ୟତଃ ଖଣି ଖାଦନରେ କାର୍ଯ୍ୟକରୁଥିବା ଶ୍ରମିକ, ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଟ୍ରାଫିକ୍ ପୋଲିସ୍‌ ଏପରିକି କୃଷକମାନେ ଯେଉଁମାନେ କି ଚାଷଜମିରେ ସାର ବ୍ୟବହାର କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ସିଓପିଡି ସମସ୍ୟା ଦେଖାଯାଇଥାଏ। କିନ୍ତୁ ଆଗୁଆ ରୋଗର ଚିହ୍ନଟ, ପ୍ରଦୂଷଣ ଠାରୁ ଦୂରରେ ରହିବା ଏବଂ ପ୍ରାଥମିକ ସ୍ତରରୁ ଚିକିତ୍ସା କରାଗଲେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି।

ସେହିପରି ଘର ଭିତରେ ମଶା ଧୂଆଁ ଏବଂ ଧୂପକାଠି ଲଗାଇବା ଦ୍ୱାରା ସିଓପିଡି ସମସ୍ୟା ଦେଖାଦେଇଥାଏ ତେଣୁ ଏଥିରୁ ନିବୃତ ରହିବା ସହ ନିୟମିତ ବ୍ୟାୟାମ, ପ୍ରଚୁର ପରିମାଣର ପାଣି ପିଇବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ସେ କହିଛନ୍ତି।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଉଭୟ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ସଂଖ୍ୟା ବଢ଼ୁଛି ବୋଲି ପ୍ରକାଶ କରିଛନ୍ତି। ଉଭୟ ପୁଅ ଓ ଝିଅମାନଙ୍କର ବୃଦ୍ଧିପାଉଥିବା ଧୂମ୍ରପାନ ଅଭ୍ୟାସକୁ ନେଇ ପ୍ରଫେସର ସାହୁ ଦୁଃଖ ପ୍ରକାଶ କରିବା ସହ ବର୍ତମାନ ପରିସ୍ଥିତିରେ ଜଙ୍ଗଲ ବଂଚାଇବା ସହ ପରିବେଶର ସୁରକ୍ଷା କଲେ ହିଁ ଏଭଳି ଜଟିଳ
ପରିସ୍ଥିତିରୁ ବାହାରି ହେବ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଚଳିତବର୍ଷ ବିଶ୍ୱ ସିଓପିଡି ଦିବସର ଥିମ୍ “ହେଲ୍‌ଦି ଲଙ୍ଗ୍‌” ଅର୍ଥାତ୍ ସୁସ୍ଥ ଫୁସ୍‌ଫୁସ୍ ରହିଥିବା ବେଳେ ବର୍ତମାନ କରୋନା ମହାମାରୀ ସମୟରେ ଉଭୟ କୋଭିଡ୍ ଓ ସିଓପିଡି ରୋଗୀମାନଙ୍କର ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା କହିଛନ୍ତି।

କୋଭିଡ୍‌ରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କର ଫୁସ୍‌ଫୁସକୁ ସୁସ୍ଥ କରିବା ପାଇଁ ପ୍ରୋନିଙ୍ଗ୍ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ପଦ୍ଧତିରେ ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇପାରୁଛନ୍ତି। ସମ୍ ହସ୍ପିଟାଲ୍‌ରେ ଦୀର୍ଘ ୧୪ ବର୍ଷ ହେବ ପ୍ରୋନିଙ୍ଗ ଚିକିତ୍ସା ପ୍ରଦାନ କରାଯାଉଥିବା ଡାକ୍ତର ଦଳବେହେରା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଲମୁନାରୀ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ରାକ୍ଷୀ ଲୁଦାମ୍‌, ପ୍ରଫେସର ଡାକ୍ତର ଗଣେଶ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ବେହେରା, ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡା, ଡାକ୍ତର ପ୍ରିତମ ଛୋଟରାୟ, ଡାକ୍ତର ଶୁଭକାନ୍ତ ନନ୍ଦ ଓ ସିନିୟର ରେସିଡେଂଟ ଡାକ୍ତର ସୋନାଲୀ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।

ପରିବେଶ ପ୍ରଦୂଷଣ ପଲ୍‌ମୁନାରୀ ମେଡିସିନ୍ ବିଭାଗ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Latest News

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.