Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଆଜିର ଖବର

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Review Meeting of Odisha Lift Irrigation Corporation
Review Meeting of Odisha Lift Irrigation Corporation

ଭୁବନେଶ୍ଵର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟକଳାପକୁ ନେଇ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ଜଳସେଚନ ବ୍ୟବସ୍ଥାର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏଥିରେ ନିଗମର ପରିଚାଳନା ନିର୍ଦ୍ଦେଶକ ବିଚିତ୍ର କୁମାର ସାମଲ, ଅତିରିକ୍ତ ଶାସନ ସଚିବ ଲିନା କୁମାରୀ ସେସ୍ ଏବଂ ସମସ୍ତ ଜିଲ୍ଲାର ଉଠାଜଳସେଚନ ଅଧିକାରୀ ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ତଥ୍ୟ ପ୍ରଦାନ କରିଥିଲେ।

ବୈଠକରେ ଉଭୟ ରବି ଓ ଖରିଫ ଋତୁରେ ଚାଷଜମିକୁ ପର୍ଯ୍ୟାପ୍ତ ଜଳ ସେଚନ ପାଇଁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଉପରେ ଆଲୋଚନା ହୋଇଥିଲା। ଏଥିନିମନ୍ତେ ଅଚଳ ହୋଇ ପଡ଼ିରହିଥିବା ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ , ପାରମ୍ପରିକ ଓ ସୌରଶକ୍ତି ଚାଳିତ ଗଭୀର ନଳକୂପ ଏବଂ ଅଗଭୀର ନଳକୂପଗୁଡ଼ିକର ପୁନରୁଦ୍ଧାର ସମ୍ପର୍କରେ ବୈଠକରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅନୁଦାନର ସଠିକ୍ ବିନିଯୋଗ ତଥା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମାସିକ ଭିତ୍ତିକ ବ୍ୟୟ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପଗୁଡ଼ିକର ସଠିକ୍ ପରିଚାଳନା ଏବଂ ପ୍ରକୃତ ସମୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ଏକ ସୁଦୃଢ଼ ଅନଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯିବ।

ଉଠା ଜଳସେଚନ ନିଗମ ଜଳସମ୍ପଦ ବିଭାଗ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.