କରୋନା ଅପଡେଟ୍: ୫୩୮ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

Published: Nov 22, 2021, 11:18 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ୫୩୮ ଦିନ ପରେ ଦେଶରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଲାଇ ଗତ ୨୪ ଘଣ୍ଟାରେ ୨୪୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୫ ଲକ୍ଷ ୧୮ ହଜାର ୯୦୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୫ ହଜାର ୯୧୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୩୪ ହଜାର ୫୪୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୧୮ ହଜାର ୪୩୩ ଆକ୍ଟିଭ୍‌ କେସ୍ ରହିଛି।

Related posts