Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ
ଆଜିର ଖବର

ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ

November 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଶନିବାର ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଶିଶୁମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେଇ ଗୋଟିଏ ଦିନ ପାଇଁ ରେଡିଓ ଜକିଙ୍କ ଭୂମିକା ନିଭାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ହେବା ସହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ପ୍ରଶ୍ନ ପଚାରିଥିଲେ।

ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ କ୍ଲାସ ସମ୍ପର୍କରେ ନିଜର ଅନୁଭୂତି ଆଲୋଚନା କରିବା ସହ ଧ୍ୟାନ, ସୁସ୍ଥ ଜୀବନଶୈଳୀ, ଯୋଗ ଏବଂ ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ୍ ବନ୍ଦ ରହିବା କାରଣରୁ ଘରେ ରହିବା ସମ୍ପର୍କରେ ନିଜର ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ଏବଂ ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା (ସିଆର୍‌ଏଓ)ର ମିଳିତ ସହଭାଗିତାରେ ଆୟୋଜନ କରାଯାଇଥିଲା। ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁମାନଙ୍କ ସହିତ ଓ ସୋଆ ରେଡିଓ କ୍ଳବ୍‌ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ।

ସୋଆ କମ୍ୟୁନିଟି ରେଡିଓ ସବୁବେଳେ ଯୁବକ ଏବଂ ଶିଶୁମାନଙ୍କୁ ଅଗ୍ରାଧିକାର ଦେଇଥାଏ। ପୋଷଣ, ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଏହି ଅବସରରେ ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍ ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି।

ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଶିକ୍ଷୟତ୍ରୀ ସୁକାନ୍ତି ରଥ କହିଥିଲେ ଯେ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଛନ୍ତି ଏବଂ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ।

ପ୍ରତ୍ୟେକ ବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଏ। ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନ କରିବାର ପ୍ରମୁଖ ଉଦ୍ଦେଶ୍ୟ। ଚଳିତବର୍ଷର ଥିମ୍ ଥିଲା “ପ୍ରତ୍ୟେକ ଶିଶୁ ପାଇଁ ଏକ ସୁନ୍ଦର ଭବିଷ୍ୟତ”।

ଭୁବନେଶ୍ୱର ସୋଆ ସୋଆ କମ୍ୟୁନିଟି ରେଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026
Latest News

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.