Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବିଜେପି ନାହିଁ: ବିଜେଡି
ଆଜିର ଖବର

ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବିଜେପି ନାହିଁ: ବିଜେଡି

November 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯାହା ହୃଦ୍‍ବୋଧ ଓଡିଶା ବିଜେପି ଏବଂ ଏହାର ରାଜ୍ୟ ସଭାପତି ସମୀର ମହାନ୍ତି ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ନାହାନ୍ତି। କାରଣ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ମାସ ପାଇଁ ବଢାଇବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିଠି ଲେଖିଛନ୍ତି, ତାହା ଉପରେ ସେ ଆପତ୍ତି ଉଠାଇ ନଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ କୋଭିଡ ମହାମାରୀ ଯୋଗୁଁ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଆଠ ମାସର ମାଗଣା ଚାଉଳ ଯୋଗାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବିଜେପି ଦ୍ୱାରା ସମର୍ଥନ କରାଯିବା ଉଚିତ୍‍।

ଏଥିରୁ ଜଣାପଡୁଛି ଯେ ଓଡିଶା ବିଜେପି ଆଉ ଓଡିଶାର ଗରିବ ଏବଂ ମଧ୍ୟବିତ୍ତତ୍ତଶ୍ରେଣୀ ପାଇଁ ଲଢୁ ନାହିଁ। ଶ୍ରୀ ସମୀର ମହାନ୍ତିଙ୍କ ଦଳ ଗତ ସାତ ବର୍ଷ ମଧ୍ୟରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛି ଯାହା ଗରିବ ଏବଂ ମଧ୍ୟବିତ୍ତତ୍ତଶ୍ରେଣୀର ଲୋକଙ୍କୁ ଗୁରୁତର ଭାବେ ବାଧୁଛି। ଏହି ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ସେମାନେ ପିଏମଜିକେଏୱାଇ ଅଧୀନରେ ଆଠ ମାସ ପାଇଁ ମାଗଣା ଚାଉଳ ଯୋଗାଣ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସହ ଏକମତ ହେବା ଉଚିତ।

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡିଶାର ଚାଷୀଙ୍କ ଠାରୁ ଚାଉଳ କିଣା ଯାଉନଥିବା ବେଳେ ଓଡିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ। ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି। ଓଡିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତଥା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି।

ଓଡିଶା ଗରିବ କଲ୍ୟାଣ ଅନ୍ନ ଯୋଜନା ଦୁର୍ବଳ ଶ୍ରେଣୀ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026
Latest News

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.