ରାଜ୍ୟରେ ଚିହ୍ନଟ ହେଲେ ୨୧୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Nov 23, 2021, 10:14 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୨୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ୱର ଜିଲ୍ଲାରୁ – ୩

ଭଦ୍ରକ ଜିଲ୍ଲାରୁ- ୧

ବୌଦ୍ଧ ଜିଲରୁ- ୧

କଟକ ଜିଲ୍ଲାରୁ – ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ – ୩

ଯାଜପୁର ଜିଲ୍ଲାରୁ – ୮

ଝାରସୁଗୁଡା ଜିଲ୍ଲାରୁ- ୨

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧

ଖୋର୍ଦ୍ଧା ଜିଲ୍ଲାରୁ- ୯୦

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୧୩

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୯

ସମ୍ବଲପୁର ଜିଲ୍ଲାରୁ- ୧୩

ସୁନ୍ଦରଗଡ଼ ଜିଲ୍ଲାରୁ – ୩୯

ଷ୍ଟେଟ ପୁଲରୁ- ୨୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୩୮୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୭୪୬ ଏବଂ ବର୍ତ୍ତମାନ ୨୧୯୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts