Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ସରକାରୀ ବିଦ୍ୟାଳୟ ପ୍ରତି ବଢୁଛି ଆଗ୍ରହ, ଛାତ୍ରଛାତ୍ରୀଙ୍କ ନାମ ଲେଖା ୬ ପ୍ରତିଶତକୁ ବୃଦ୍ଧି
ଆଜିର ଖବର

ଚିଲିକାରେ ସରକାରୀ ବିଦ୍ୟାଳୟ ପ୍ରତି ବଢୁଛି ଆଗ୍ରହ, ଛାତ୍ରଛାତ୍ରୀଙ୍କ ନାମ ଲେଖା ୬ ପ୍ରତିଶତକୁ ବୃଦ୍ଧି

November 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ର ଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ନିମନ୍ତେ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି। ଏପରିକି ବର୍ତ୍ତମାନ ରାଜ୍ୟର ଶତାଧିକ ବିଦ୍ୟାଳୟ ଗୁଡିକ ୫-ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରୂପାନ୍ତରିତ ହୋଇଛି। ତେବେ ଏହାର ସୁଫଳ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ।

ବାଣପୁର ଓ ଏବଂ ଚିଲିକା ବ୍ଲକରେ ସରକାରୀ ବିଦ୍ୟାଳୟ ଯଥା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳରେ ପାଠ ପଢିବା ଲାଗି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଚଳିତ ଶିକ୍ଷାବର୍ଷରେ ବାଣପୁର ବ୍ଲକ ଓ ଏନଏସି ରେ ସର୍ବମୋଟ ୧୨୭ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ସମୁଦାୟ ୧୬ ହଜାର ୯ ଶହ ୬୯ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ନାମ ଲେଖାଇଛନ୍ତି।

କିନ୍ତୁ ଗତ ବର୍ଷ ଏହାର ସଂଖ୍ୟା ଥିଲା ୧୬ ହଜାର ୩ ଶହ ୮୭। ସେହିପରି ଭାବେ ଚଳିତ ଶିକ୍ଷାବର୍ଷରେ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି ରେ ସର୍ବମୋଟ ୯୮ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ସମୁଦାୟ ୧୫ ହଜାର ୯ ଶହ ୮୪ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ନାମ ଲେଖାଇଛନ୍ତି। କିନ୍ତୁ ଗତ ବର୍ଷ ଏହାର ସଂଖ୍ୟା ଥିଲା ୧୪ ହଜାର ୭ ଶହ ୮୯। ତେବେ ମୋଟାମୋଟି ଦେଖିବାକୁ ଗଲେ ଉଭୟ ବ୍ଲକ ଓ ଏନଏସିରେ ଗତବର୍ଷ ଠାରୁ ଚଳିତ ବର୍ଷ ୧ ହଜାର ୭ ଶହ ୭୭ ଜଣ ଅଧିକ ଛାତ୍ରଛାତ୍ରୀ ମାନେ ନାମ ଲେଖାଇଛନ୍ତି। ଏପରିକି ଅଦ୍ୟାବଧି ପ୍ରତିଦିନ ଏକାଧିକ ଛାତ୍ରଛାତ୍ରୀ ବିଭିନ୍ନ ଘରୋଇ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକୁ ନାମ ଲେଖାଉଥିବାର ଦେଖିବାକୁ ମିଳିଛି।

ପୂର୍ବରୁ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ବିଦ୍ୟାଳୟକୁ ଅଭିଭାବକମାନେ ପ୍ରାଥମିକତା ଦେଉଥିବା ବେଳେ ଏବେ ପୁଣି ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ତେବେ ଏହାର ଏକାଧିକ କାରଣ ରହିଛି।

ସରକାରୀ ବିଦ୍ୟାଳୟରେ ପଢିଲେ ବର୍ତ୍ତମାନ ମେଡିକାଲ ଓ ଇଞ୍ଜିନିଅରିଙ୍ଗ ଆଦି ପାଠ୍ୟକ୍ରମରେ ସରଂକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି, ଯାହା ଏକ ପ୍ରମୁଖ କାରଣ। ସେହିପରି ଭାବେ ସରକାର ବର୍ତ୍ତମାନ ସମସ୍ତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବାକୁ ଶତଚେଷ୍ଟା କରୁଛନ୍ତି ଏବଂ ସେଥିନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

୫-ଟି ରୂପାନ୍ତରିକରଣ ଯୋଜନା ଅନ୍ତର୍ଗତ ବର୍ତ୍ତମାନ ରାଜ୍ୟର ଏକାଧିକ ବିଦ୍ୟାଳୟର ନବୀକରଣ ହେବାସହ ସେଠାରେ ସମସ୍ତ ପ୍ରକାର ଉନ୍ନତ ସୁବିଧା ଉପଲବ୍ଧ ହେଉଛି। ଯାହାକି ଅଭିଭାବକମାନଙ୍କୁ ଆକୃଷ୍ଟ କରୁଛି। ଅନୁରୂପଭାବେ କରୋନା କାଳରେ ଆର୍ଥିକ ଅଭାବ ଲାଗି ମଧ୍ୟ ଏକାଧିକ ଅଭିଭାବକ ସେମାନଙ୍କୁ ପିଲାଙ୍କୁ ଘରୋଇ ବିଦ୍ୟାଳୟରୁ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନାମ ଲେଖଉଥୁବା ଦେଖାଯାଇଛି।

ଚିଲିକା ଓ ବାଣପୁର ଅଞ୍ଚଳରେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଆକୃଷ୍ଟ ନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉନ୍ନତ ମଧ୍ୟାହ୍ନ ଭୋଜନ, ମାଗଣା ସାଇକେଲ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରାଇ ସାଇକେଲ, ମାଗଣା ପୁସ୍ତକ ବଣ୍ଟନ, ବିଭିନ୍ନ ମେଧାବୃତ୍ତି, ପରୀକ୍ଷା ପାଇଁ ଉନ୍ନତ ତାଲିମ, ଏକାଧିକ ବୃତ୍ତି ଯୋଜନା, ପ୍ରତ୍ୟେକ ରବିବାରରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ, ଖେଳକୁଦକୁ ପ୍ରୋତ୍ସାହାନ ଦେବା ଆଦି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବାର ବାଣପୁର ବିଇଓ ସନାତନ ଜାଲି ଓ ଚିଲିକା ବିଇଓ ନଳିନୀକାନ୍ତ ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି ଭାବେ ଆସନ୍ତା ଶିକ୍ଷାବର୍ଷରୁ ‘ରାଷ୍ଟ୍ରୀୟ ଶିକ୍ଷା ନୀତି’ ଲାଗୁ ହେବାକୁ ଯାଉଛି ଯାହାର ଅନ୍ତର୍ଗତ ପ୍ରି ପ୍ରାଇମେରୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଦକ୍ଷ କରାଯିବାର ବ୍ୟବସ୍ଥା ହୋଇଥିବାର ଉଭୟ ବିଇଓ କହିଛନ୍ତି।

ଚିଲିକା ସରକାରୀ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025
Latest News

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.